--:--:--
-- ---
Srishti News

୧୦୦ ବୋତଲ କୋରେକ୍ସ କଫ୍ ସିରପ୍ ଜବତ, ଜଣେ ଗିରଫ – ଆଉ ଜଣେ ଫେରାର

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 4, 202682 views
୧୦୦ ବୋତଲ କୋରେକ୍ସ କଫ୍ ସିରପ୍ ଜବତ, ଜଣେ ଗିରଫ – ଆଉ ଜଣେ ଫେରାର
ଖୋର୍ଦ୍ଧା: ଅବୈଧ ନିଶା କାରବାର ବିରୋଧରେ ଖୋର୍ଦ୍ଧା ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚଢ଼ାଉ କରି ୧୦୦ ବୋତଲ କୋରେକ୍ସ କଫ୍ ସିରପ୍ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।ପୋଲିସ ସୂଚନା ଅନୁଯାୟୀ, କାଇପଦର କଲେଜ ନିକଟ କାଇପଦର–ସନ୍ତରା ରାସ୍ତାରେ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଅବୈଧ ଭାବେ କୋରେକ୍ସ କଫ୍ ସିରପ୍ ପରିବହନ କରୁଥିଲେ। ପୋଲିସ ସୁବ୍ରତ ପ୍ରଧାନ (୨୪)ଙ୍କୁ ଗିରଫ କରିଥିବା ବେଳେ ରବୀନ୍ଦ୍ର ପରିଡା ଓରଫ ପଠାଣୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଚଢ଼ାଉ ବେଳେ ୧୦୦ ବୋତଲ କୋରେକ୍ସ କଫ୍ ସିରପ୍, ଦୁଇଟି ମୋଟରସାଇକେଲ ଏବଂ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଜବତ କରାଯାଇଛି।ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିବା ବେଳେ ଖୋର୍ଦ୍ଧା ସଦର ଥାନାରେ ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।