ଜଲଦା ଏ ବ୍ଲକ ଅଞ୍ଚଳରେ ସ୍ଵଛ ଭାରତ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟAugust 4, 202647 views

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଜଲଦା ଏ ବ୍ଲଜ ଅଞ୍ଚଳକୁ ଆଜି ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଗସ୍ତରେ ଯାଇ ଅଞ୍ଚଳବାସୀଙ୍କ ସମସ୍ୟା ଏବଂ ଅନ୍ୟାନ୍ୟ ଅସୁବିଧା ସମ୍ବନ୍ଧରେ ଆଲୋଚନା କରିବା ସହିତ ଅଞ୍ଚଳର କାର୍ଯ୍ୟକର୍ତା ମାନଙ୍କ ସହିତ ମିଶି ସ୍ଵଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ ଶ୍ରୀ ତନ୍ତୀ ନିଜେ ହାତରେ ଝାଡୁ ଧରି ରାସ୍ତା ଉପରେ ଏବଂ ରାସ୍ତା କଡରେ ପଡିଥିବା ଅଳିଆ ଓ ଆବର୍ଜନା ଆଦି ସଫା କରିବା ସହିତ ପରିବେଶର ସୁରକ୍ଷା ନିମିତ୍ତ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଧାୟକ ପ୍ରତ୍ୟେକ ବ୍ୟକ୍ତି ନିଜ ମାଙ୍କ ନାମରେ ନିଜ ସ୍ଥାନରେ ଗୋଟିଏ ଗଛ ଲଗାଇବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।
