--:--:--
-- ---
Srishti News

ଯଶୋଦା ଅନାଥ ଆଶ୍ରମରେ ଜନ୍ମ ଦିନ ପାଳନ କଲେ ନିଲାକାନ୍ତ ନାଏକ

Kalahandi (କଳାହାଣ୍ଡି)ରୁପେନ୍ଦ୍ର ସୁନାନୀAugust 3, 202645 views
ଯଶୋଦା ଅନାଥ ଆଶ୍ରମରେ ଜନ୍ମ ଦିନ ପାଳନ କଲେ ନିଲାକାନ୍ତ ନାଏକ
ବାସ୍ତବରେ ଜନ୍ମ ଦିନ ସମସ୍ତଙ୍କ ପାଇଁ ଏକ ଆନନ୍ଦ ଉତ୍ସାହର ଦିନ। ଏହି ଜନ୍ମଦିନକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। କିଏ ଜନ୍ମଦିନରେ କେକ୍ କାଟି, ମିଠା ବାଣ୍ଟି ଜନ୍ମ ଦିନ ପାଳନ କରୁଥିବା ବେଳେ ଆଉ କିଏ ଜନ୍ମ ଦିନରେ ବାହାର ଦେଶ,ତୀର୍ଥ ସ୍ଥାନ, ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀକୁ ବୁଲି ଯାଇ ଜନ୍ମ ଦିନ ପାଳନ କରିଥାନ୍ତି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ସେମାନେ ନିଜ ଜନ୍ମ ଦିନକୁ ନିଆରା ଭାବେ ପାଳନ କରିବାକୁ ଚାହିଁଥାନ୍ତି। ଏମିତି କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ, ଧାମନପୁର ଗ୍ରାମ ପଞ୍ଚାୟତ ଭୁକ୍ତାମୁଣ୍ଡା ଗ୍ରାମର ଘନ ନାଏକ ଏବଂ କୁସୁମ ନାଏକଙ୍କ ସାନ ପୁତ୍ର ନିଲାକାନ୍ତ ନାଏକ ନିଜ ଜନ୍ମ ଦିନକୁ ନିଆରା ଭାବେ ପାଳନ କରିବାକୁ ଆଗେଇ ଆସିଛନ୍ତି।ସେ ତାଙ୍କ ଜନ୍ମ ଦିନରେ ଧର୍ମଗଡ ନିକଟସ୍ଥ ଯଶୋଦା ଅନାଥ ଆଶ୍ରମକୁ ଯାଇ ଅନ୍ତେବାସୀ ମାନଙ୍କ ସହ ନିଜ ଜନ୍ମ ଦିନ ପାଳନ କରିଛନ୍ତି । ତତ୍ ସହିତ ଆଶ୍ରମରେ ଥିବା ଅନ୍ତେବାସୀ ମାନଙ୍କୁ ଜଳଖିଆ, ଅନ୍ନ ଭୋଗର ବ୍ୟବସ୍ଥା କରି ତାଙ୍କ ସହିତ କିଛି ମୁହୂର୍ତ୍ତ ବିତାଇ ନିଜ ଜନ୍ମ ଦିନର ଖୁସି ମନାଇଛନ୍ତି। ନିଆରା ଭାବେ ଯଶୋଦା ଅନାଥ ଆଶ୍ରମରେ ନିଜ ଜନ୍ମ ଦିନ ପାଳନ କରି ଖୁସି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ନିଲାକାନ୍ତ।ତାଙ୍କ ଏପରି ଏକ କାର୍ଯ୍ୟରେ ମିର୍ଜାପୁର ଗ୍ରାମର ଯୁବ ସମାଜସେବୀ ତୁଷାର ରଣାଙ୍କ ସହ ରମେଶ ନାଗ, ଚନ୍ଦନ ନାଗ, ବିନୋଦ ନାଏକ, ମିଥୁନ ନାଏକ, ପିତାମ ନାଏକ ପ୍ରମୁଖ ସାମିଲ୍ ହୋଇ ତାଙ୍କୁ ଉତ୍ସାହିତ କରିଛନ୍ତି।ଆଶ୍ରମରେ ମଧ୍ୟ ପରିଚାଳକ ,କର୍ମଚାରୀ ତଥା ଅନ୍ତେବାସୀଙ୍କ ମଧ୍ୟରେ ଆନନ୍ଦ ଉତ୍ସାହର ଲହରୀ ଖେଳି ଯାଇଛି।