ବାବା ଆଖଣ୍ଡଳମଣି ଙ୍କୁ ଜଲଲାଗି କଲେ ୨୦ ହଜାରେ କାଉଡିଆ ଭକ୍ତ
Bhadrak (ଭଦ୍ରକ)ରିପୋର୍ଟ ଶିଶିର କୁମାର ସ୍ୱାଇଁAugust 3, 202637 views

ଆରଡ଼ିଧାମରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜି ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଲକ୍ଷଣୀୟ ଭକ୍ତ ସମାଗମ ଦେଖିବାକୁ ମିଳିଛି। ବିରଜା ପଞ୍ଜିକା ଅନୁଯାୟୀ ଏହି ପବିତ୍ର ସୋମବାରରେ ବାବାଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟରୁ ୨୦ ହଜାରରୁ ଅଧିକ କାଉଡ଼ିଆ ଭକ୍ତ ପୀଠରେ ପହଞ୍ଚିଛନ୍ତି। ରବିବାର ମଧ୍ୟରାତ୍ରିରୁ ଜଳଲାଗି ଆରମ୍ଭ ହୋଇଥିବା ବେଳେ ବୋଲବମ୍ ଓ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ପୀଠ।ତେବେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳ ଏବେ ବି ପୀଠକୁ ଘେରି ରହିଥିବାରୁ କଡ଼ା କଟକଣା ମଧ୍ୟରେ କାଉଡ଼ିଆଙ୍କ ଜଳଲାଗି ଚାଲିଛି। ଅନେକ ରାସ୍ତାରେ ୩ରୁ ୪ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିବା ସହ ନଦୀରେ କୁମ୍ଭୀର ଓ ଭରା ପାଣି ଥିବାରୁ ନଦୀକୁ ଓହ୍ଲାଇବା ଉପରେ ବାରଣ କରାଯାଇଛି।ଭକ୍ତଙ୍କ ସୁରକ୍ଷା ପାଇଁ ପୀଠରେ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବୈତରଣୀ ଓ ସାଳନ୍ଦୀ ନଦୀରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସତର୍କ ନଜର ରଖିଥିବା ବେଳେ ନଦୀଘାଟଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। ସନ୍ଧ୍ୟା ୭ଟା ପରେ ନଦୀ ଘାଟରେ ଯାତ୍ରୀ ପରିବହନ ବନ୍ଦ ରହିବ।
ଅନ୍ୟପଟେ, ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼, ମନ୍ଦିର ପରିସରରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଏବଂ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୬ ଜଣ ଡିଏସପି ଓ ଏସଡିପିଓ, ୨୦ ଜଣ ଇନ୍ସପେକ୍ଟର ଓ ସବ୍-ଇନ୍ସପେକ୍ଟର, ଟ୍ରାଫିକ ପୋଲିସ ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି,
