କ୍ରିକେଟ ଖେଳରୁ ରାଜନୀତି ପର୍ଯ୍ୟନ୍ତ ତପନ କୁମାର ପ୍ରଧାନଙ୍କ ଯାତ୍ରା
Nayagarh (ନୟାଗଡ଼)ରଣପୁର ନିରଞ୍ଜନ ମହାପାତ୍ରAugust 3, 202626 views

ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ନୃସିଂହ ପୁର ଟାଙ୍ଗୀ ସାହିର ତପନ କୁମାର ପ୍ରଧାନ ଛାତ୍ର ଜୀବନରୁ କ୍ରିକେଟ ଓ ଫୁଟବଲ ଖେଳରେ ସକ୍ରିୟ ରହି ସମଗ୍ର ଅଞ୍ଚଳରେ ପରିଚିତି ଲାଭ କରିଛନ୍ତି । ଖେଳ ପ୍ରତି ତାଙ୍କର ଆଗ୍ରହ ଓ ମିଶୁକ ସ୍ୱଭାବ ଯୋଗୁଁ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅନେକ ଲୋକ ତାଙ୍କୁ ଭଲ ଭାବେ ଜାଣନ୍ତି।
ଖେଳ ସହିତ ରୋଜଗାର ପାଇଁ ସେ ଏକ ନାମୀ ଦାମୀ କମ୍ପାନୀରେ ଚାକିରି ମଧ୍ୟ କରିଛନ୍ତି । ପରବର୍ତ୍ତୀ ସମୟରେ ସାମାଜିକ କାର୍ଯ୍ୟ, ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରିବାର ମନୋଭାବ ଦେଖି ଅଞ୍ଚଳର କିଛି ବୁଦ୍ଧିଜୀବୀ ତାଙ୍କୁ ରାଜନୀତିରେ ଯୋଗଦେବାକୁ ପ୍ରେରିତ କରିଥିଲେ। ପରବର୍ତ୍ତୀ ସମୟରେ ରାଜନୀତି ରେ ଯୋଗଦେଲେ l
ବର୍ତ୍ତମାନ ସେ ରାଜସୁନାଖଳା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସେ ଜନସାଧାରଣଙ୍କ ସୁବିଧା–ଅସୁବିଧାରେ ସବୁବେଳେ ପାଖରେ ରହିବା ସହ ସଭା, ସମିତି ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଆସୁଛନ୍ତି।
ଅଞ୍ଚଳର କିଛି ଲୋକଙ୍କ ମତରେ, ତପନ କୁମାର ପ୍ରଧାନଙ୍କ ଜନସମ୍ପର୍କ ଓ ଜନସେବା ପ୍ରତି ଆଗ୍ରହ ତାଙ୍କୁ ଏକ ଲୋକପ୍ରିୟ ଜନପ୍ରତିନିଧି ଭାବେ ପରିଚିତ କରାଇଛି। ପାନ ଦୋକାନ ଠାରୁ ଚା' ଖଟିରେ ମଧ୍ୟ ଏଭଳି ଆଲୋଚନା ହେଉଛି ଯେ, ଭବିଷ୍ୟତରେ ସେ ଯଦି ଅଧିକ ଦାୟିତ୍ୱପୂର୍ଣ୍ଣ ପଦବୀ ପାଆନ୍ତି, ତେବେ ଅଞ୍ଚଳର ବିକାଶ ପାଇଁ ଆହୁରି କାର୍ଯ୍ୟ କରିପାରିବେ।
ଜଣେ ଖେଳପ୍ରେମୀ ଭାବେ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଆଜି ଜନସେବା ଓ ରାଜନୀତି କ୍ଷେତ୍ରରେ ପହଞ୍ଚିଥିବାରୁ ଅଞ୍ଚଳର ଅନେକ ଲୋକ ଏହାକୁ ଏକ ପ୍ରେରଣାଦାୟକ ଉଦାହରଣ ବୋଲି ମନେ କରୁଛନ୍ତି।
