--:--:--
-- ---
Srishti News

ନିମ୍ନମାନର କାମ ଅଭିଯୋଗ: ଭୂସ୍ଖଳନରେ ଦବିଲା PMGSY ରାସ୍ତା

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାAugust 3, 202630 views
ନିମ୍ନମାନର କାମ ଅଭିଯୋଗ: ଭୂସ୍ଖଳନରେ ଦବିଲା PMGSY ରାସ୍ତା
ତାଳଚେର ବ୍ଲକ ଅନ୍ତର୍ଗତ କର୍ଣପୁର ରାସ୍ତାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା (PMGSY) ଅଧୀନରେ ହୋଇଥିବା ରାସ୍ତା କାମରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଉଠାଇଛନ୍ତି। ରାସ୍ତାର ପ୍ରାୟ ୨୦ ମିଟର ଅଂଶରେ ବିରାଟକାୟ ଭୂସ୍ଖଳନ ଘଟି ରାସ୍ତା ଦବି ଯାଇଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଏହାଫଳରେ ସ୍ଥାନୀୟ ଲୋକେ ପ୍ରତିଦିନ ଯିବାଆସିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣରେ ନିମ୍ନମାନର କାମ କରାଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ବାସିନ୍ଦା ଆହୁରି ଅଭିଯୋଗ କରିଛନ୍ତି ଯେ, କାମରେ ଅନିୟମିତତା ସହ "ପିସି" କାରବାର ହୋଇଥିଲା। ସେମାନଙ୍କ ଅଭିଯୋଗରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସ୍ଥାନୀୟ ଲୋକେ ଶୀଘ୍ର ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପ୍ରଶାସନ ଏହି ଘଟଣା ପ୍ରତି କିପରି ପଦକ୍ଷେପ ନେଉଛି, ତାହା ଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନଜର ରହିଛି।