ଆର୍ଆଇ ଅଫିସ୍ର ଅନିୟମିତ କାର୍ଯ୍ୟକୁ ନେଇ ପ୍ରଶାସନକୁ ଚେତାବନୀ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାAugust 3, 202612 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଗୋବରା ଗ୍ରାମପଞ୍ଚାୟତରେ ଅବସ୍ଥିତ ଆର୍ଆଇ ଅଫିସ୍ର କାର୍ଯ୍ୟପ୍ରଣାଳୀକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ମାସକର ପ୍ରାୟ ୧୫ ଦିନ ଆର୍ଆଇ ଅଫିସ୍ରେ ତାଲା ପଡ଼ି ରହୁଥିବା ବେଳେ ଅବଶିଷ୍ଟ ଦିନଗୁଡ଼ିକରେ ମଧ୍ୟ ଦିନ ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ସୀମିତ ସମୟ ପାଇଁ କାର୍ଯ୍ୟାଳୟ ଖୋଲାଯାଉଛି।
ଫଳରେ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଲୋକେ ବାରମ୍ବାର ହଇରାଣ ହେଉଛନ୍ତି। ଏନେଇ ସମ୍ପୃକ୍ତ ବିଭାଗ ଓ ପ୍ରଶାସନଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।
ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନଙ୍କୁ ଦାବି କରିଛନ୍ତି। ଖୁବ୍ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରାଗଲେ, ଆନ୍ଦୋଳନକୁ ତୀବ୍ର କରାଯିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି।
