--:--:--
-- ---
Srishti News

ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା; ରୋଗୀ ସେବା ନେଇ ବଢ଼ୁଛି ଅସନ୍ତୋଷ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 2, 202659 views
ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା; ରୋଗୀ ସେବା ନେଇ ବଢ଼ୁଛି ଅସନ୍ତୋଷ
ତାଳଚେର: ତାଳଚେର ମଣ୍ଡାପାଳସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଟ୍ରମା କେୟାର ସେଣ୍ଟର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ବିଶେଷଜ୍ଞ ଡାକ୍ତର, ଟେକ୍ନିସିଆନ୍ ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଅନେକ ଚିକିତ୍ସା ଉପକରଣ ବ୍ୟବହାର ହୋଇପାରୁନାହିଁ। ପ୍ରସୂତି ବିଭାଗରେ ଡାକ୍ତର ଥିଲେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ବେସରକାରୀ ହସ୍ପିଟାଲକୁ ପଠାଯାଉଛି, ଭର୍ତ୍ତି ରୋଗୀଙ୍କୁ ପର୍ଯ୍ୟାପ୍ତ ସେବା ନମିଳିବା ଏବଂ ବେଡ୍‌ସିଟ୍ ଅଭାବ ଭଳି ସମସ୍ୟା ନେଇ ଅଭିଯୋଗ ଉଠିଛି। ସାମାନ୍ୟ ରୋଗୀଙ୍କୁ ମଧ୍ୟ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଜିଲ୍ଲା ସିଡିଏମଓ ଓ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ହସ୍ପିଟାଲର ଅବ୍ୟବସ୍ଥା ଦୂର କରି ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।