ନଅଟି ଚୋରି ଓ ଛିନତାଇ ଗ୍ୟାଙ୍ଗର ଦୁଇ ନାବାଳକ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ୍ କଲା ରାଉରକେଲା ସେକ୍ଟର-୧୯ ପୋଲିସ
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟAugust 2, 20266 views

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ
ରାଉରକେଲା ୧/୮, ସେକ୍ଟର-୧୯ ପୋଲିସ ଷ୍ଟେସନ୍ ସଫଳତାର ସହ ଛଅଟି ଛିନତାଇ ଏବଂ ତିନୋଟି ଚୋରି ମାମଲା ସମାଧାନ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଆଇନ ବିରୁଦ୍ଧାଚରଣ (CCL)ରେ ଦୁଇ ପିଲାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ଆଠଟି ଚୋରି ମୋବାଇଲ୍ ଫୋନ୍, ନଗଦ ୧୫,୯୦୦ (୧୫ ହଜାର ୯ ଶହ)ଟଙ୍କା ଏବଂ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରିଛି। ଡିଏସପି ମନୋରଞ୍ଜନ ଦାସ ଏବଂ ସେକ୍ଟର-୧୯ ଥାନା ଅଧିକାରୀ ବୈଦ୍ୟନାଥ ସାହୁ ଏ ବିଷୟରେ ସୂଚନା ଦେଇଛନ୍ତି।
ପୋଲିସର ସୂଚନା ଅନୁସାରେ ୨୦୨୬ ଜୁଲାଇ ୨୯ ତାରିଖରେ ସେକ୍ଟର-୧୯ ପୋଲିସ ଥାନା କେସ୍ ନମ୍ବର ୧୬୧ ଅନୁଯାୟୀ ପଞ୍ଜିକୃତ ଏକ ମାମଲାର ତଦନ୍ତ ସମୟରେ ଏହି ସଫଳତା ମିଳିଛି। ଅଭିଯୋଗକାରୀ ବିଶ୍ରା ଥାନା ଅନ୍ତର୍ଗତ ଖୁଣ୍ଟଗାଓଁ ସାରାଇଟୋଲି ନିବାସୀ ସୁକୋ ଓରାମ (୫୦) କହିଛନ୍ତି ଯେ, ଜୁଲାଇ ୨୯ ତାରିଖ ଦିନ ପ୍ରାୟ ୨ଟା ସମୟରେ, ସେ ସେକ୍ଟର-୧୯ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆର ଟାଉନସିପ୍ ଶାଖାରୁ ୪,୦୦୦ ଟଙ୍କା ଉଠାଇ ଫେରୁଥିଲା ବେଳେ ଏକ ମୋଟରସାଇକେଲରେ ତିନି ଜଣ ଯୁବକ ତାଙ୍କ ପଛରୁ ଆସି ତାଙ୍କ ଭ୍ୟାନିଟି ବ୍ୟାଗକୁ ଛଡ଼ାଇ ନେଇଥିଲେ। ଭ୍ଯାନିଟରେ ୪ ହଜାର ୧୦୦ ଟଙ୍କା, ଏକ ଆଧାର କାର୍ଡ, ଗୋଟିଏ ବ୍ୟାଙ୍କ ପାସବୁକ୍ ଏବଂ ଏକ ଫଟୋ ଥିଲା। ଭ୍ଯାନିଟ୍ ନେଇ ସେମାନେ ସେଠାରୁ ପଳାଇ ଯାଇଥିଲେ।
ମମାମଲାର ତଦନ୍ତ କରି ପୋଲିସ ରାଉରକେଲା ସେକ୍ଟର-୩ ଥାନା ଅଧିନସ୍ଥ ସେକ୍ଟର-୧ର କଲ୍ୟାଣୀ ବସ୍ତି ନିବାସୀ କନ୍ହେୟା ଚୌଧୁରୀଙ୍କ ପୁଅ ସୁରଜ ଚୌଧୁରୀ ଓରଫ ଚିଣ୍ଟୁ (୨୬)କୁ ଗିରଫ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଆଧାରରେ, ଛିନତାଇ ଏବଂ ଚୋରିର ମୋଟ ନଅଟି ଘଟଣାର ପର୍ଦ୍ଦାଫାସ ହୋଇଛି, ଏବଂ ଅଧିକ ତଦନ୍ତ ଜାରି ରହିଛି।
