--:--:--
-- ---
Srishti News

ମାନବିକତା ଦେଖାଇଲେ ଅରୂପ ନନ୍ଦ

Bhadrak (ଭଦ୍ରକ)ରିପୋର୍ଟ : ଶିଶିର କୁମାର ସ୍ୱାଇଁAugust 1, 202641 views
ମାନବିକତା ଦେଖାଇଲେ ଅରୂପ ନନ୍ଦ
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଖଡ଼ିପଦା ପଞ୍ଚାୟତରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଅସହାୟ ଓ ଅଭାବଗ୍ରସ୍ତ ପରିବାର ନାନା ସମସ୍ୟାର ସମ୍ମୁଖୀନ ହୋଇ ଦୁର୍ଦ୍ଦିନ କାଟୁଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ସହାୟତା ପାଇଁ ସାମାଜିକ ପରିବାର ପକ୍ଷରୁ ଏକ ପ୍ରଶଂସନୀୟ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ପରିବାରର ଅରୂପ ନନ୍ଦଙ୍କ ନେତୃତ୍ୱରେ ବନ୍ୟା ପୀଡ଼ିତ ଓ ଅଭାବଗ୍ରସ୍ତ କିଛି ପରିବାରଙ୍କୁ ଚାଉଳ, ଡାଲି, ତେଲ ସମେତ ବିଭିନ୍ନ ନିତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସ୍ୱଳ୍ପ ସାମର୍ଥ୍ୟ ଥିଲେ ମଧ୍ୟ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବାର ଏହି ପ୍ରୟାସ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଏହି ସେବା କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ବିରଞ୍ଚି ନାରାୟଣ ମହାଳିକ, ଯୁବ ସମାଜସେବୀ ରଜନୀକାନ୍ତ ମିଶ୍ର, ରାକେଶ ପଲାଇ, ପ୍ରଶାନ୍ତ ସୁତାର, ପିଙ୍କୁ ଓ ଜଗା ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ। ସେମାନେ ଘରେ ଘରେ ପହଞ୍ଚି ପ୍ରକୃତ ଆବଶ୍ୟକତା ଥିବା ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଏହି ମାନବିକ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଥିବା ବେଳେ, ବିପଦ ସମୟରେ ସମାଜର ସମସ୍ତ ସକ୍ଷମ ବ୍ୟକ୍ତି ଅସହାୟ ଲୋକଙ୍କ ପାଖରେ ଛିଡ଼ା ହେବାକୁ ଆହ୍ୱାନ ଜଣାଇଥିଲେ। "ମାନବ ସେବା ହିଁ ମାଧବ ସେବା"—ଏହି ଆଦର୍ଶକୁ ସାକାର କରି ସାମାଜିକ ପରିବାରର ଏହି ସେବା କାର୍ଯ୍ୟ କେବଳ ବନ୍ୟା ପୀଡ଼ିତଙ୍କୁ ସହାୟତା କରିନାହିଁ, ବରଂ ସମାଜରେ ମାନବିକତା ଓ ସେବାଭାବର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି।