ଭୀମଭୋଇ ସାମର୍ଥ୍ୟ ଶିବିରରେ ୩୭୧ ଜଣଙ୍କ ପଞ୍ଜିକରଣ, ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ଓ ହ୍ୱିଲ୍ଚେୟାର ପ୍ରଦାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 1, 202643 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ହାଟତୋଟାସ୍ଥିତ ଯୁବରାଜ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ଏଇଇ ସୁବାଷ ଚନ୍ଦ୍ର ରଥ ଏବଂ ଜିପିଡିଓ ଶ୍ରୀଧର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ।
ଶିବିରରେ ସମୁଦାୟ ୩୭୧ ଜଣ ଦିବ୍ୟାଙ୍ଗ ଓ ହିତାଧିକାରୀ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଶାରୀରିକ ବିଭାଗରେ ୭୪, ଚକ୍ଷୁ ବିଭାଗରେ ୪୧, ଶିଶୁ ବିଭାଗରେ ୨୭, ଭେଷଜ ବିଭାଗରେ ୨୨, ଏମ୍ଆଇ ବିଭାଗରେ ୪୩ ଏବଂ ଚକ୍ଷୁ-କର୍ଣ୍ଣ-ନାସା ବିଭାଗରେ ୪୧ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେହିପରି ବିଭିନ୍ନ ସରକାରୀ ସହାୟତା ପାଇଁ ତାଳଚେର ପୌରପାଳିକା ଅଞ୍ଚଳର ୩୪ ଜଣ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପାଇଁ ୩୪ ଜଣ, ଭତ୍ତା ପାଇଁ ୧୭ ଜଣ, ବସ୍ ପାସ୍ ପାଇଁ ୩୧ ଜଣ ଏବଂ ଏଡ୍ସ ଆଣ୍ଡ ଆପ୍ଲାଏନ୍ସେସ୍ ପାଇଁ ୨୬ ଜଣ ପଞ୍ଜିକରଣ କରିଥିଲେ।
ଶିବିରରେ ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ଏବଂ ଅନ୍ୟ ଜଣଙ୍କୁ ହ୍ୱିଲ୍ଚେୟାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପପୁ ବେହେରା, ସଙ୍ଗୀତା ସାମଲ, ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ, ଏଇଡିଓ, ସରପଞ୍ଚ ଓ ସମିତି ସଭ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।
