--:--:--
-- ---
Srishti News

ବିଷଧର ସାପ ନେଲା ଚାଷୀଙ୍କ ଜୀବନ, ପରିବାରରେ ଶୋକର ଛାୟା

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଞ୍ଜନଗରAugust 1, 202627 views
ବିଷଧର ସାପ ନେଲା ଚାଷୀଙ୍କ ଜୀବନ, ପରିବାରରେ ଶୋକର ଛାୟା
ଗଞ୍ଜାମ ଜିଲ୍ଲା ତୁମୁଡ଼ି ବ୍ଲକ କରତୁଲି ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଚାଷ କାମ ପାଇଁ ନିଜ ବିଲକୁ ଯାଇଥିବା ବେଳେ ଗୋଡ଼କୁ ବିଷଧର ସାପ କାମୁଡ଼ିବାରୁ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଛି । ସୂଚନା ଅନୁଯାୟୀ, କରତୁଲି ଗ୍ରାମର ସନ୍ତୋଷ କୁମାର ପୋଲେଇ ବୟସ ୫୨ ବର୍ଷ, ସେ ନିଜ ଚାଷଜମିରେ କାମ କରୁଥିବା ସମୟରେ ବିଷଧର ସାପ କାମୁଡ଼ି ଦେଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ତୁମୁଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ, ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ମୃତ ଦେହ ଗାଁ ରେ ପହଁଚିବା ପାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଚାଷୀଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ସେହି ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ, ପରିବାରରେ ବିଧବା ସ୍ତ୍ରୀ ଏବଂ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହିଥିବାବେଳେ, ଏହି ଚାଷୀ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଏବଂ ଗ୍ରାମବାସୀ ଦାବିକରିଛନ୍ତି ।