ବନ୍ୟା ମୁକାବିଲା ପାଇଁ ବିଂଝାରପୁର ବ୍ଲକ ପ୍ରଶାସନର ପ୍ରସ୍ତୁତି
Jajpur (ଯାଜପୁର)ରିପୋର୍ଟ: ଉଦୟ ନାଥ ଯେନା ବିଂଝାରପୁରAugust 1, 202624 views

ବିଂଝାରପୁର, ଯାଜପୁର: ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଂଝାରପୁର ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଚୁଡ଼ା, ଗୁଡ଼, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବୋଝେଇ ଗାଡ଼ି ରବାନା କରାଯାଇଥିଲା।
ଏହି ରିଲିଫ୍ ସାମଗ୍ରୀ ବିତରଣ କାର୍ଯ୍ୟରେ ଜରୀ ଓ ହଳଦିଡିହ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ପ୍ରଶାସନିକ ପଦକ୍ଷେପକୁ ସେମାନେ ସ୍ୱାଗତ କରିଥିଲେ।
ଏହି ଅବସରରେ ସମାଜସେବୀ ରଞ୍ଜନ ମଲ୍ଲିକ ଓ ଜରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିକ୍ରିୟା ରଖି କହିଥିଲେ ଯେ, ଯେଉଁ ପରିବାରଗୁଡ଼ିକ ଏବେ ବି ପାଣି ଘେରରେ ରହିଛନ୍ତି, ସେମାନଙ୍କ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବା ସହ ଖାଦ୍ୟ, ପାନୀୟ ଜଳ, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବା ଆବଶ୍ୟକ। ବ୍ଲକ ପ୍ରଶାସନ ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଥିବା ମଧ୍ୟ ସେମାନେ ପ୍ରକାଶ କରିଥିଲେ।
ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ବ୍ଲକ ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀମାନଙ୍କ ମିଳିତ ପ୍ରୟାସ ଜାରି ରହିଥିବା ବେଳେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ଥିବା ଜଣାପଡ଼ିଛି।

