--:--:--
-- ---
Srishti News

ବିଂଝାରପୁର ସିଡିପିଓ ରୁକ୍ମଣୀ ସାହୁଙ୍କୁ ଭାବବିହ୍ୱଳ ବିଦାୟ, ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Jajpur (ଯାଜପୁର)ରିପୋର୍ଟ: ଉଦୟ ନାଥ ଯେନା, ବିଂଝାରପୁରAugust 1, 202622 views
ବିଂଝାରପୁର ସିଡିପିଓ ରୁକ୍ମଣୀ ସାହୁଙ୍କୁ ଭାବବିହ୍ୱଳ ବିଦାୟ, ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଯାଜପୁର, ବିଂଝାରପୁର: ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ରୁକ୍ମଣୀ ସାହୁଙ୍କ ଅବସର ଉପଲକ୍ଷେ ଗଙ୍ଗା ଅଙ୍ଗନ ମଣ୍ଡପ, ବାଳମୁକୁଳିଠାରେ ଏକ ଭାବବିହ୍ୱଳ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ବହୁ ବିଶିଷ୍ଟ ଅତିଥି, ବିଭାଗୀୟ ଅଧିକାରୀ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଉପସ୍ଥିତ ରହି ତାଙ୍କ ଦୀର୍ଘ କର୍ମଜୀବନକୁ ସ୍ମରଣ କରି ସମ୍ମାନ ଜଣାଇଥିଲେ। ରୁକ୍ମଣୀ ସାହୁ ରାଜ୍ୟର ବିଭିନ୍ନ ବ୍ଲକରେ ସଫଳତାର ସହ କାର୍ଯ୍ୟ କରିବା ପରେ ବିଂଝାରପୁର ବ୍ଲକରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସରକାରୀ ଯୋଜନାକୁ ନିଷ୍ଠା, ସତତା ଓ ଦାୟିତ୍ୱବୋଧର ସହିତ କାର୍ଯ୍ୟକାରୀ କରି ଆସୁଥିଲେ। ସରକାରୀ ନିୟମାବଳୀ ଅନୁଯାୟୀ ସେ ଚାକିରିରୁ ଅବସର ଗ୍ରହଣ କରିଥିବାବେଳେ, ତାଙ୍କ ବିଦାୟରେ ଉପସ୍ଥିତ କର୍ମଚାରୀମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ରୁକ୍ମଣୀ ସାହୁଙ୍କ କର୍ମନିଷ୍ଠା, ନେତୃତ୍ୱ ଦକ୍ଷତା ଓ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାରର ଉଚ୍ଚ ପ୍ରଶଂସା କରିଥିଲେ। ନିଜ ଅଭିଭାଷଣରେ ଶ୍ରୀମତୀ ସାହୁ ସମସ୍ତ ସହକର୍ମୀଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶେଷରେ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।