--:--:--
-- ---
Srishti News

୧୪ ବର୍ଷ ଧରି ୮ ହଜାର ଦରମା, ସ୍ଥାୟୀ ନିଯୁକ୍ତି ଦାବିରେ ଯୋଗାଣ ସହାୟକଙ୍କ ଆନ୍ଦୋଳନ

Nabarangpur (ନବରଙ୍ଗପୁର)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁରJuly 22, 202634 views
୧୪ ବର୍ଷ ଧରି ୮ ହଜାର ଦରମା, ସ୍ଥାୟୀ ନିଯୁକ୍ତି ଦାବିରେ ଯୋଗାଣ ସହାୟକଙ୍କ ଆନ୍ଦୋଳନ
ରାଇଘର ୨୧/୦୭ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ୨୬ଟି ପଞ୍ଚାୟତର ଯୋଗାଣ ସହାଯ ୟକମାନେ ରାଜ୍ୟ ସଭାପତିଙ୍କ ଆହ୍ବାନକ୍ରମେ ଭୁବନେଶ୍ଵର ଲୋୟର ପିଏମଜି ଛକରେ ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଏନେଇ ରାଇଘର ବ୍ଲକ ଯୋଗାଣ ସହାୟକ ସଂଘର ସଭାପତି କ୍ଷୀରୋଦ ଗଣ୍ଡ ଓ ସମ୍ପାଦକ ସହଦେବ ସୀସା ସୂଚନା ଦେଇଛନ୍ତି ।ଯୋଗାଣ ସହାୟକମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୪ ବର୍ଷ ଧରି ସେମାନେ ମାସିକ ମାତ୍ର ୮ ହଜାର ଟଙ୍କା ପାରିଶ୍ରମିକରେ କାମ କରୁଛନ୍ତି। ଏହି ଅଳ୍ପ ପାରି ଶ୍ର ମି ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ବୋଲି ସେମାନେ କହିଛନ୍ତି ।ଗତ ଜୁନ୍ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ଦାବି ପୂରଣ ନହେବାରୁ ଜୁଲାଇ ୧୦ ତାରିଖରୁ ଯୋଗାଣ ସହାୟକମାନେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳ ଦାଳନ ଆରମ୍ଭ କରିଛନ୍ତି। ନ୍ତି । ଆଜିକୁ ୮ ଦିନ ଧରି ଏହି ଆନ୍ଦୋଳନ ଜାରି ରହିଛି । ୧୪ ବର୍ଷ ଧରି ପିଡିଏସ୍ ଚାଉଳ ବଣ୍ଟନ ସହ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟ କରୁଥିବା ଯୋଗାଣ ସହାୟକମାନେ ଏବେ ଦରମା ବୃଦ୍ଧି, ସ୍ଥାୟୀ ନିଯୁକ୍ତି ଓ ଓ ପଦୋନ୍ନତି ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ, ଯୋଗାଣ ସ‌ହାୟକମାନଙ୍କ ଆନ୍ଦୋଳନ ଯୋଗୁଁ ଆଗାମୀ ଅଗଷ୍ଟ ମାସରେ ରାସନ ବଣ୍ଟନ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।ଏହି ଧାରଣାରେ ରାଇଘର ବ୍ଲକର ଯୋଗାଣ ସହାୟକ ମହେଶ କଲାର, ଧନ କୁମାର ଗଣ୍ଡଙ୍କ ସମେତ ଭୁବନେଶ୍ଵର ରେ ସାମିଲ ହୋଇ ଇଛନ୍ତି।