ରାସ୍ତା ନା କାଦୁଅ ପଙ୍କ , ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟକର
Nabarangpur (ନବରଙ୍ଗପୁର)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁରJuly 22, 202630 views

ଝରିଗାଁ,ନବରଙ୍ଗପୁର - ଜିଲ୍ଲା ଝରିଗାଁ ବ୍ଲକ ପାଳି ଆ ପଞ୍ଚାୟତରେ ଦେଖାଦେଇଛି ଗମନାଗମନର ସଂଘାତିକ ଚିତ୍ର। । ପାଳିଆ ପଞ୍ଚାୟତ ଅନ୍ତର୍ଗତ ବେଳଝରୀରୁ ଡୁମୁରିପଦ ପର୍ଯ୍ୟନ୍ତ ଥିବା ପ୍ରାୟ ଏକ କି ଲୋମିଟର ଦୀର୍ଘ କାଚା ରାସ୍ତା ବର୍ତ୍ତମାନ ବର୍ଷା ଯୋଗୁଁ ସମ୍ପୂର୍ଣ କାଦୁଅରେ ପରିଣତ ହୋଇଛି । ରାସ୍ତାରେ ଆଣ୍ଠୁ ଏ ଆଣ୍ଠୁଏ କାଦୁଅ ଜମି ରହିଥିବାରୁ ମାଟରସାଇକେଲ ତଥା ଅନ୍ୟାନ୍ୟ ଯାନବାହନ ଚଳାଚଳ କରି ବା ଏକ ପ୍ର କାର ଅସମ୍ଭବ ହୋଇ ହାଇପଡ଼ିଛି । ପ୍ରତିବର୍ଷ ବର୍ଷା ଋତୁ ଆସିଲ। ବେଳ ଝ ରୀ, ଡୁମୁରିପଦର ଏବଂ ଡିଉଡ଼ୁଗୁଡ଼ା ଗ୍ରାମର ହଜାର ହଜାର ବାସିନ୍ଦା ଏହି ମରଣଯନ୍ତା ସଦୃଶ ରାସ୍ତା
ପାଇଁ ଚରମ ଦୁର୍ଭୋଗ ଭୋଗୁଛନ୍ତି । ସବୁଠାରୁ ଗୁରୁତର ବିଷୟ ହେଉଛି ଗ୍ରାମରେ କୌଣସି ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କ ପାଇଁ ଜରୁରୀକାଳୀନ ସ୍ଵାସ୍ଥ୍ୟସେବା ଆବଶ୍ୟକ ହେଲେ ଆମ୍ବୁଲାନ୍ସ ଡାକି ଲେ ମଧ୍ୟ କାଦୁଅ ରାସ୍ତା ଯୋଗୁଁ ଗାଁକୁ ଗାଡି଼ ପହଞ୍ଚି
ପାରୁ ନାହିଁ । ଡାକ୍ତରଖାନା ନେବାରେ ଅହେତୁକ ବିଳମ୍ବ ହେଉଛି ଏବଂ ମୌଳିକ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତ ଜରୁ ରୀ ସେବାକୁ ଫଳରେ ରୋଗୀଙ୍କୁ
ଆଗରେ ରଖ୍ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତି ନି ଧ୍ ମାନେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ବେଳ ଝ ରୀ ଡ୍ ମୁ ରି ପଦର ରାସ୍ତାକୁ ଯଥାଶୀଘ୍ର ପକ୍କା ରାସ୍ତାରେ ପରିଣତ କରିବା ପାଇଁ ଅଞ୍ଚଳରେ ଦାବି ଜୋର ଧରିଛି ।
