ଆରଏମସି କଲେଜ ରଥଯାତ୍ରା: ମେଘ ମହ୍ଲାର ଭିତରେ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ଚତୁର୍ଦ୍ଧାମୂର୍ତ୍ତି, ଆଦିବାସୀ ନୃତ୍ୟ ଓ ସଂକୀର୍ତ୍ତନରେ କମ୍ପିଲା ବଡ଼ଦାଣ୍ଡ
Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର : ରିପୋର୍ଟ - ସୁକାନ୍ତ ପ୍ରଧାନJuly 17, 202654 views

ଆଧ୍ୟାତ୍ମିକ ପରିବେଶ ଓ ଅପୂର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ଭୁବନେଶ୍ୱର ଆରଏମସି କଲେଜ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ରଥଉପରେ ବିରାଜମାନ କରି ତିନିଠାକୁର ବଡ଼ଦାଣ୍ଡରେ ମାଉସୀ ମା’ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ହରିବୋଲ, ହୁଳହୁଳି ଏବଂ ନାଥଗୀତ ସାଙ୍ଗକୁ ମାଦଳ ବାଦ୍ୟର ତାଳେ ତାଳେ ସାରା ଅଞ୍ଚଳ ବେଶ୍ ଉତ୍ସବମୁଖର ହୋଇଉଠିଛି।
ମେଘ ବର୍ଷା ଭିତରେ ଆଦିବାସୀ ନୃତ୍ୟର ଆକର୍ଷଣ:
ଯାତ୍ରା ସମୟରେ ଝିପିଝିପି ମେଘ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଉତ୍ସାହରେ କୌଣସି କମି ଦେଖିବାକୁ ମିଳିନଥିଲା। ବର୍ଷା ଭିତରେ ଝୁମି ଝୁମି ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ କଳାକାର। ଏହା ସହିତ ଏକାଧିକ ସଂକୀର୍ତ୍ତନ ମଣ୍ଡଳୀ ଏହି ଯାତ୍ରାରେ ସାମିଲ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ମାଉସୀ ମା’ଙ୍କ ପାଖରେ ମଣ୍ଡା ଓ କାକେରା ପିଠା ଭୋଗ:
ଶେଷରେ ମହାପ୍ରଭୁ ତିନିଠାକୁର ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମଣ୍ଡା ପିଠା, କାକେରା ପିଠା ଏବଂ ପଣା ଭୋଗ ଲାଗି କରାଯାଇଛି। ମାଉସୀ ମା’ଙ୍କ ଗହଣରେ ମହାପ୍ରଭୁ ଶାନ୍ତିପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶରେ ବିରାଜମାନ କରିଛନ୍ତି।
