ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ଚଣାରେ କଂଗ୍ରେସର ସାଙ୍ଗଠନିକ ତତ୍ପରତା ବୃଦ୍ଧି
Jajpur (ଯାଜପୁର)ରିପୋର୍ଟ : ଅନିଲ କୁମାର ଜେନା, ଯାଜପୁରJuly 17, 202640 views

ଯାଜପୁର : ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ଚଣା ବ୍ଲକରେ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକଳାପ ଜୋରଦାର ହୋଇଛି। ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଚିନ୍ମୟ ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତରେ କ୍ରମାଗତ ଭାବେ ବୈଠକ ଆୟୋଜନ କରାଯାଉଛି। ଏହି ବୈଠକଗୁଡ଼ିକରେ ଦଳୀୟ କର୍ମୀଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ଓ ବିଭିନ୍ନ ସ୍ତରର ଲୋକମାନେ ଯୋଗଦେଉଥିବା ଦାବି କରାଯାଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବଡ଼ଚଣା ବ୍ଲକର ସମସ୍ତ ପଞ୍ଚାୟତରେ ସଂଗଠନକୁ ସୁଦୃଢ଼ କରି ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଦଳର ଲକ୍ଷ୍ୟ। ସେଥିପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ସକ୍ରିୟ କରିବା ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ଆଗାମୀ ଦିନରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ସାଙ୍ଗଠନିକ ବୈଠକ ଜାରି ରହିବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।
