କିମ୍ବଦନ୍ତୀ ର ମୁକସାକ୍ଷୀ ପିପିଲା ଶ୍ରୀ ଶ୍ରୀ ବାଲାଜୀ ଜଗନ୍ନାଥ ମନ୍ଦିର
Kalahandi (କଳାହାଣ୍ଡି)ରିପୋର୍ଟ -ନିରାକାର ଗୋପାଳJuly 17, 2026294 views

ଧର୍ମଗଡ଼ :-କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟସ୍ଥ ରେ ଅବସ୍ଥିତ ପିପିଲା ଗ୍ରାମ ଯେଉଁଠାରେ ପୂଜା ପାଆନ୍ତି ଶ୍ରୀ ଶ୍ରୀ ବାଲାଜୀ ଜଗନ୍ନାଥ ମହାପ୍ରଭୁ, ଜନଶ୍ରୁତି ରୁ ଜଣାଯାଏ ଯେ ଏକଦା ଅକ୍ଷୟ ତୃତୀୟା ତିଥିରେ ପିପିଲା ବଡ଼ ମୁଣ୍ଡା ଜମି କୁ ଚାଷ କାର୍ଯ୍ୟ କରୁଥିବା ସମୟରେ ଲଙ୍ଗଳ ମୁନରେ ଭଗବାନ ଆବିର୍ଭୁତ ହୋଇଥିଲେ, ଗ୍ରାମବାସୀ ବିଗ୍ରହ କୁ ଉଦ୍ଧାର କରି ପୂଜାର୍ଚନା କରିଆସୁଥିଲେ ଓ ତତ୍କାଳୀନ ଜୁନାଗଡ଼ ମହାରାଜା ଙ୍କୁ ଜଣାଇଥିଲେ, ମହାରାଜା ଗ୍ରାମବାସୀ ଙ୍କ ଅନୁରୋଧ ରକ୍ଷାକରି ଜୁନାଗଡ଼ ସ୍ଥିତ ବାଲାଜୀ ମନ୍ଦିରରେ ଜଗନ୍ନାଥ ଙ୍କ ବିଗ୍ରହ କୁ ସ୍ଥାପନ କରି ପୂଜାକରି ଆସୁଥିଲେ, ସମୟକ୍ରମେ ମହାପ୍ରଭୁ ଙ୍କ ଦର୍ଶନ ରୁ ବଞ୍ଚିତ ଗ୍ରାମବାସୀ ପୁନର୍ବାର ମହାରାଜ ଙ୍କ ଦ୍ୱାରସ୍ଥ ହୋଇଥିଲେ, ମହାରାଜା ଗ୍ରାମବାସୀ ଙ୍କୁ ନିରାଶ ନ କରି କେବଳ ରଥଯାତ୍ରା ସମୟରେ ଭଗବାନ ଙ୍କ ବିଗ୍ରହ କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ, ସେହିସମୟରେ ଗମନାଗମନ ର ଅସୁବିଧା ଥିବାରୁ ବିଗ୍ରହ କୁ ଏକ ବାଉଁଶ ତିଆରି ଟୋକେଇରେ ଜଣେ ଭାରୁଆ ସାହାଯ୍ୟରେ ଆଣୁଥିଲେ ଏବଂ ବାହୁଡା଼ ରଥଯାତ୍ରା ସରିଗଲା ପରେ ପୁନଃ ଜୁନାଗଡ଼ ବାଲାଜୀ ମନ୍ଦିର କୁ ନିଆଯାଉଥିଲା,ଯାହାକୁ କଳାହାଣ୍ଡି ରେ କୁଣିଆ ଠାକୁର କୁହାଯାଉଥିଲା,ସମୟ କ୍ରମେ ୨୦୧୪ମସିହାରୁ ତତ୍କାଳୀନ କମିଟି ସଭାପତି ଚକ୍ରଧର ସାଗର, ସମ୍ପାଦକ ଜଗତରାମ ସେଠି, କୋଷାଧକ୍ଷ ଇଶରାମ ମାଝୀ ଓ ତତ୍କାଳୀନ ଦେବୋତ୍ତର ବିଭାଗ ଅଧିକାରୀ ସୁକାନ୍ତ ତ୍ରିପାଠୀ, କାମଦାର ଚନ୍ଦ୍ରଶେଖର ତ୍ରିପାଠୀ, ଟ୍ରଷ୍ଟି ମେମ୍ବର ମୁକେଶ ଅଗ୍ରୱାଲ, ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ଙ୍କ ଉଦ୍ୟମରେ ସ୍ଥାୟୀ ଭାବରେ ପ୍ରତିବର୍ଷ ଦୈନିକ ନୀତିକାନ୍ତି ସହ ପିପିଲା ଗ୍ରାମରେ ପୂଜା ପାଇ ଆସୁଛନ୍ତି,ଭଗବାନ ଙ୍କ ନାମରେ ଥିବା ଚାଷଜମିରୁ ଲିଜ ସୂତ୍ରରେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଥିବା ବେଳେ ଦୈନିକ ନିତିକାନ୍ତି ଓ ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ଦିଆଯାଉଥିବା ଆର୍ଥିକ ସହାୟତା ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ ବୋଲି କମିଟି ଅଭିଯୋଗ କରୁଛନ୍ତି,ଏପରି କି ପାର୍ଶ୍ୱଦେବୀ ଭଣ୍ଡାର ଘରଣୀ ଙ୍କ ଯାନିଯାତ୍ରା ପାଇଁ କୌଣସି ସହାୟତା ମିଳୁନଥିବା ଅଭିଯୋଗ କରିଛନ୍ତି, ପ୍ରଶାସନ ତରଫରୁ ନୀତିକାନ୍ତି ପାଇଁ ଅଧିକ ଆର୍ଥିକ ସହାୟତା ଦରକାର ବୋଲି କମିଟି ସଭାପତି ଦିରୀପ ମାଝୀ, ସମ୍ପାଦକ ଶେଷମଳ ସାହୁ,ଉପଦେଷ୍ଟା ଭଗବାନ ସାହୁ ଓ ଗ୍ରାମବାସୀ ଦାବୀ କରୁଛନ୍ତି l
