--:--:--
-- ---
Srishti News

ସର୍ଵଗୁଣା ସମ୍ପୂର୍ଣ୍ଣା ର ଅଧିକାରୀଣି ଶୁଭସ୍ମିତା

Ganjam (ଗଞ୍ଜାମ)ରିପୋର୍ଟ : ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧିJuly 14, 202633 views
ସର୍ଵଗୁଣା ସମ୍ପୂର୍ଣ୍ଣା ର ଅଧିକାରୀଣି ଶୁଭସ୍ମିତା
ଗଞ୍ଜାମ: ଖଲ୍ଲିକୋଟ:୧୩/୦୭ , ବଣମଲ୍ଲୀ ବଣରେ ମ ଉ ଳି ଲା ଭଳି ଏମିତି ବହୁତ ଅମ୍ଳାନ ପ୍ରତିଭା ଲୁକ୍କାୟିତ ହୋଇ ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଅବସରରେ ଜ୍ଵଳନ୍ତ ଉଦାହରଣ ହୃଦୟସ୍ପର୍ଶୀ ଜଣେ ଅଧ୍ୟୟନ ରତ ଛାତ୍ରୀ ନିଜର ପାରଦର୍ଶିତା ବଳରେ ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି। ଖବର ନେବାରୁ ଜଣାପଡିଛି ଯେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଦେବୀ ନଗର ର ଵରିଷ୍ଠ ଆଇନ୍ ଜୀଵୀ ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା ଙ୍କ କନ୍ୟା ଶୁଭସ୍ମିତା ପଣ୍ଡା। ଶୁଭସ୍ମିତା ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ରେ ଚତୁର୍ଥ ବର୍ଷ ରେ ପଦାର୍ପଣ କରିଛନ୍ତି। ସେ ଜଣେ ଚିତ୍ରକଳା କାର, ଲେଖିକା କ୍ଷେତ୍ରରେ ବେଶ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ନିଜର ପାଠପଢ଼ା ସହିତ କଳାକାର ହିସାବରେ ମାତ୍ର ୪୫ମିନିଟ୍ ରେ ମହମ ଓକାଗଜରେ ୧୫ଇଞ୍ଚ ଉଚ୍ଚତା ରେ ରେ ସୁନ୍ଦର କାଳିଆ ସାଆନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିପାରୁଛନ୍ତି। କେବଳ ସେତିକି ନୁହେଁ ଲେଖି କା ହିସାବରେ ସେ ୩ଟି ବହି ଲେଖି ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ୨୦୨୫ରେ କୃତ୍ତିତ୍ବ ହାସଲ କରିଛନ୍ତି ବୋଲି ବିଶେଷ ସୂତ୍ର ରୁ ପ୍ରକାଶ ପାଇଛି ରିପୋର୍ଟ ର ଶିବରାମ ଜେନା ସ୍ରିଷ୍ଠି ନିୟୁଜ୍ ସ୍ବତନ୍ତ୍ର ପ୍ରତିନିଧି