ଜଟଣୀ ଶିବମନ୍ଦିର ନିକଟରେ ମଦ ଦୋକାନକୁ ବିରୋଧ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 13, 202646 views

ଖୋର୍ଦ୍ଧା: ସୀତାରାମ ଶିବମନ୍ଦିର ନିକଟରେ ଚାଲୁଥିବା ମଦ ଦୋକାନକୁ ବନ୍ଦ କରିବା ଦାବିରେ ସ୍ଥାନୀୟ ବାସିନ୍ଦା ଓ ଭକ୍ତମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ, ମନ୍ଦିର ନିକଟରେ ମଦ ଦୋକାନ ଥିବାରୁ ଧାର୍ମିକ ପରିବେଶ ବ୍ୟାହତ ହେଉଛି। ଏଥିସହ ମହିଳା, ଶିଶୁ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଯାଇଛି।
ଅଭିଯୋଗକାରୀମାନେ ପ୍ରଶାସନକୁ ଶୀଘ୍ର ହସ୍ତକ୍ଷେପ କରି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
