ଜନସଂଖ୍ୟା ନିୟନ୍ତ୍ରଣ ଓ ସମାନ ନାଗରିକ ସଂହିତା ଲାଗୁ ଦାବି: ଖୋର୍ଦ୍ଧା ADMଙ୍କୁ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ସ୍ମାରକପତ୍ର
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିJuly 13, 2026186 views

ଦେଶରେ ବଢୁଥିବା ଜନସଂଖ୍ୟା ଉପରେ ରୋକ୍ ଲଗାଇବା, ସମାନ ନାଗରିକ ସଂହିତା (UCC) କାର୍ଯ୍ୟକାରୀ କରିବା ଏବଂ ଓ୍ବାକଫ୍ ବୋର୍ଡକୁ ଉଚ୍ଛେଦ କରିବା ଦାବିରେ ଆଜି ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଫ୍ରଣ୍ଟର ସଦସ୍ୟମାନେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କୁ ଭେଟି ଏହି ଦାବିପତ୍ର ହସ୍ତାନ୍ତର କରିଛନ୍ତି।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ସମ୍ବିଧାନର ଧାରା ୪୪ କୁ ସମ୍ମାନ ଜଣାଇ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ତଥା ଦୁଇ ସନ୍ତାନ ନୀତି (Two-Child Policy) ତୁରନ୍ତ ଲାଗୁ କରାଯିବା ଆବଶ୍ୟକ। ଦେଶର ସୀମିତ ସମ୍ବଳ ତୁଳନାରେ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଯୋଗୁଁ ଭବିଷ୍ୟତରେ ଖାଦ୍ୟ, ପାନୀୟ ଜଳ, ବାସଗୃହ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗମ୍ଭୀର ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ସହିତ ଦେଶର ଧର୍ମନିରପେକ୍ଷତା ଓ ସୁରକ୍ଷା ପ୍ରତି ଆସୁଥିବା ବିପଦକୁ ଏଡ଼ାଇବା ପାଇଁ ଓ୍ବାକଫ୍ ବୋର୍ଡକୁ ଉଚ୍ଛେଦ କରିବାକୁ ସଂଗଠନ ପକ୍ଷରୁ ଜୋରଦାର ଦାବି କରାଯାଇଛି।
ଓଡ଼ିଶା ସରକାର ମଧ୍ୟ ପ୍ରାଦେଶିକ ସ୍ତରରେ ଏହି ନିୟମକୁ କଡ଼ାକଡ଼ି କରିବା ସହ ଦୁଇ ସନ୍ତାନ ନୀତି ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ ବ୍ୟବସ୍ଥା ଗ୍ରହଣ କରିବାକୁ ଫ୍ରଣ୍ଟ ଅନୁରୋଧ କରିଛି। ଯଦି ଏହି ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ବିଗିଡ଼ିଯିବ ବୋଲି ସଦସ୍ୟମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ସ୍ମାରକପତ୍ର ପ୍ରଦାନ ସମୟରେ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲାର ସଭାପତି ଶ୍ରୀ ଯୁକ୍ତ ଜୟ କୃଷ୍ଣ ପରିଡ଼ା, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରଯୁକ୍ତ ଗଦାଧର ପାତ୍ର ଙ୍କ ସମେତ ଜିଲ୍ଲା ର ବହୁ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।
