ବେଗୁନିଆରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
Khordha (ଖୋର୍ଦ୍ଧା)ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 11, 202662 views

ଖୋର୍ଦ୍ଧା-ବେଗୁନିଆ ପଞ୍ଚାୟତ ସମିତି ପକ୍ଷରୁ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ବାୟୋଶ୍ରୀ ମେଳା ଅନୁଷ୍ଠିତ ହୋଇଛି. ଏହି ଶିବିରରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି. ଏହି ମେଳାରେ ୫୮ଜଣ ଦୃଷ୍ଟି ବାଧିତ, ୧୬ଜଣ ଶ୍ରବଣ ବାଧିତ ୩୪ଜଣ ମାନସିକ ଅନଗ୍ରସର ଓ ଥାଲାସେମିୟା ସିକିଲ ସେଲ ଶିଶୁ ବର୍ଗ ୩୬ଜଣ ଙ୍କୁ ଚିକିତ୍ସା କରାଯାଇଛି.ସର୍ବ ମୋଟ ୧୪୪ଜଣପଞ୍ଜିକୃତ ହୋଇଥିଲେ.୭୨ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇଦିଆଯାଇଛି. ୨୫ଜଣଙ୍କୁ ଅଧିକ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି.ବିଧାୟକ ପ୍ରଦୀପ କୁମାର ସାହୁ ବିଡିଓ ସନ୍ତୋଷ ଜେନା ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ଉଦଘାଟନ କରିଥିଲେ. ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଚିହ୍ନଟ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ହୁଇଲ ଚେୟାର ଆଶା ବାଡ଼ି ଶ୍ରବଣ ଯନ୍ତ୍ର ଡିଆରଆଇ ଋଣ ପ୍ରଧାନମନ୍ତ୍ରୀ ଆବାସ ଓ ବସ ପାସ ଯୋଗାଇ ଦେବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ଏହି ଅବସରରେ ସରକାରଙ୍କ ଭିନ୍ନକ୍ଷମ ଙ୍କ ପାଇଁ କାର୍ଯ୍ୟକାରୀ ଯୋଜନା ଗୁଡିକ ସମ୍ପର୍କରେ ନାଟକ ମାଧ୍ୟମରେ ସୂଚିତ କରାଯାଇଥିଲା.
