କଳାହାଣ୍ଡି - ଜୁନାଗଡ ଜାତୀୟ ରାଜପଥ ୨୬ ଘଣ୍ଟ ବହାଲି ପାଖରେ ବାଇକ ଆରୋହୀ ଙ୍କ ଦୁର୍ଘଟଣା ରେ ମୃତ୍ୟୁ
Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡJuly 11, 2026189 views

କଳାହାଣ୍ଡି - ଜୁନାଗଡ ଠାରୁ ପ୍ରାୟ ପନ୍ଦର କିଲୋମିଟର ଭବାନୀପାଟଣା ରାସ୍ତା ଜାତୀୟ ରାଜପଥ ୨୬ ରେ ଗତକାଲି ଅପରାହ୍ନରେ ଏକ ବାଇକ୍ ଆରୋହୀ ଙ୍କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଘଣ୍ଟ ବାହଲି ପାଖ ରେ ଘଟିଅଛି। ଏକ ଅଜ୍ଞାତ ଗାଡ଼ି ବାଇକ୍ ଆରୋହୀ ଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇ ଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି।
ବାଇକ୍ ଆରୋହୀ ଚୁରାଗାଁ ର ଭବାନୀଶଙ୍କର ପଣ୍ଡା ବୋଲି ଜଣା ପଡ଼ିଛି। ଜୁନାଗଡ ପୋଲିସ ଅଧିକାରୀ ସ୍ମିତା ମାଝୀ ଓ ତାଙ୍କର ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ଆହତ ବାଇକ୍ ଆରୋହୀ ଙ୍କୁ ପିସିଆର ଯୋଗେ ଜୁନାଗଡ ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଏକ ମାମଲା ଦାୟର କରି ଅଜଣା ଗାଡି କୁ ଚିହ୍ନିବା ପାଇଁ ତଦନ୍ତ ଆରମ୍ଭ କରିଛି।
