--:--:--
-- ---
Srishti News

ଉମରକୋଟ ନାବାଳିକାର ଶବ ବୁହାହେଲା ମୋଟର ସାଇକେଲରେ ଜରୁରୀକାଳୀନ ସେବା ଓ ସଚେତନତାକୁ ନେଇ ଉଠିଲା ପ୍ରଶ୍ନ

Nabarangpur (ନବରଙ୍ଗପୁର)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ଉମରକୋଟ, ନବରଙ୍ଗପୁରJuly 11, 202636 views
ଉମରକୋଟ ନାବାଳିକାର ଶବ ବୁହାହେଲା ମୋଟର ସାଇକେଲରେ ଜରୁରୀକାଳୀନ ସେବା ଓ ସଚେତନତାକୁ ନେଇ ଉଠିଲା ପ୍ରଶ୍ନ
ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସରକାରୀ ଆମ୍ବୁଲାନ୍ସ କିମ୍ବା ଶବବାହୀ ଗାଡ଼ି ମିଳିବ କି ନାହିଁ ବୋଲି ଆଶଙ୍କା କରି ପରିବାର ଲୋକେ ଜଣେ ନାବାଳିକାଙ୍କ ମୃତଦେହକୁ ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ବୋହି ନେଇଥିବା ଘଟଣା ସାଧାରଣ ଲୋକଙ୍କୁ ମର୍ମାହତ କରିଛି। ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ଅନ୍ତର୍ଗତ ସାନଭରଣ୍ଡୀ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରହୁ ଥ‌ିବା ଅନିତ। ଲହରା ନାମକ ଜଣେ ନାବାଳିକାଙ୍କର ଶୁ କ୍ର ବାର ସକାଳେ ମୃତ୍ୟୁ ଘଟିଥିଲା। ପରିବାର ପକ୍ଷରୁ କୁହାଯାଇଛି ଯେ, ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ପରେ ତାଙ୍କ ମୃତଦେହକୁ ମୂର୍ଭୁମା ପଞ୍ଚାୟତ ଅନ୍ତର୍ଗତ ଅମ୍ବାଗୁଡ଼ା ଗ୍ରାମରେ ଥିବା ମାମୁଁଘରକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା।ତେବେ ଶବ ପରିବହନ ପାଇଁ ସରକାରୀ ଶବବାହୀ ଗାଡ଼ି କିମ୍ବା ଆମ୍ବୁଲାନ୍ସ ସମୟରେ ମିଳିବ ନାହିଁ ବୋଲି ଆଶଙ୍କା କରି ପରି ବାର ଲୋକେ କୌଣସି ସେବା ସହ ଯୋଗାଯୋଗ ନ କରି ବାଇକରେ ହିଁ ମୃତଦେହକୁ ବୋହି ନେଇଥିଲେ। ପ୍ରାୟ ୧୦ କିଲୋମିଟର ଦୂର ଏଭଳି ମୃତଦେହ ପରିବହନ କରାଯାଇଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପୁଣିଥରେ ଗ୍ରାମାଞ୍ଚଳରେ ଜରୁରୀକାଳୀନ ସ୍ଵାସ୍ଥ୍ୟସେବା, ଶବବାହୀ ବ୍ୟବସ୍ଥାର ଉପଲବ୍ଧତା ଏବଂ ସରକାରୀ ସେବା ସମ୍ପର୍କରେ ସଚେତନତାର ଅଭାବକୁ ନେଇ ପ୍ରଶ୍ନ ଉଠାଇଛି। ଜରୁରୀ ପରି ସ୍ଥିତି ରେ ସାଧାରଣ ଲୋକଙ୍କୁ ସହଜରେ ଶବବାହୀ ଓ ଆମ୍ବୁ ଲାନ୍ତି ସେବା ଯୋଗାଇବା ସହ ଏହା ସମ୍ପର୍କ ରେ ବ୍ୟାପକ ସଚେ ସଚେତନତା ସୃଷ୍ଟି କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ରଣ ଲୋକ ଦାବି କରିଛନ୍ତି।