"ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ର ସମୀକ୍ଷା କଲେ କେନ୍ଦ୍ରୀୟ ଅଧିକାରୀ "
Kendujhar (କେନ୍ଦୁଝର)କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟJuly 10, 202638 views

କେନ୍ଦୁଝର ସଦର, ୯/୭
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ (OSWAN) ହଲ ଠାରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ' ର ଏକ ଗୁରୁତ୍ତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱାନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡ଼I. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତIରେ ଅନୁଷ୍ଠିତ ଏହି ବୈଠକ ରେ ଜିଲ୍ଲାର ସାତଟି ଆକାଂକ୍ଷୀ ବ୍ଲକ ର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି I କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଭାବରେ କେନ୍ଦୁଝର ଜିଲ୍ଲାକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ I
ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ର ବାଂଶପାଳ ଓ ହରିଚନ୍ଦନପୁର ବ୍ଲକକୁ ସାମିଲ କରାଯାଇଥିଲା I ପରବର୍ତ୍ତୀ ସମୟରେ ନୀତି ଆୟୋଗଙ୍କ ନିର୍ଦେଶକ୍ରମେ ଆଉ ୫ ଟି ବ୍ଲକ ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତେଲକୋଇକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାଫଳରେ ଜିଲ୍ଲାରେ ମୋଟ ଆକାଂକ୍ଷୀ ବ୍ଲକ ସଂଖ୍ୟା ୭ କୁ ବୃଦ୍ଧି ପାଇଛି I ୨୦୨୪ ମସିହା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ସମ୍ପର୍ଣ୍ଣତା ଅଭିଯାନ ୧.0 ଅନ୍ତର୍ଗତ ୬ ଟି ପ୍ରମୁଖ ସୁଚକାଙ୍କ ମଧ୍ୟରୁ ହରିଚନ୍ଦନପୁର ବ୍ଲକ ୩ ଟି ରେ ଏବଂ ବାଂଶପାଳ ବ୍ଲକ ୨ ଟି ରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିଛି I ଏହି ଉଲ୍ଲେଖନୀୟ ସଫଳତା ପାଇଁ ହରିଚନ୍ଦନପୁର ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଛି I 'ସମ୍ପର୍ଣ୍ଣତା ଅଭିଯାନ ୨.0 ଦ୍ୱିତୀୟ:୨୦୨୬ ଜାନୁଆରୀ ୩୧ ତାରିଖରୁ ସମସ୍ତ ୭ ଟି ବ୍ଲକ ରେ ଶୁଭାରମ୍ଭ କରାଯାଇଥିଲା I ଏହି ଅଭିଯାନ ୨୦୨୬ ଏପ୍ରିଲ ୧୪ ପର୍ଯ୍ୟନ୍ତ ଚାଲିଲା । ଯେଉଁଥିରେ ଶିଶୁଙ୍କ ପୃଷ୍ଟିକର ଖାଦ୍ୟ, ଅଙ୍ଗନବାଡି କେନ୍ଦ୍ର ରେ ପାନୀୟ ଜଳ ଓ ଶୌଚାଳୟ ସୁବିଧା ଏବଂ ଗୋପାଳନ କ୍ଷେତ୍ରରେ ଟୀକାକରଣ ଭଳି ୬ ଗୋଟି ଗୁରୁତ୍ୱପୂର୍ଣ ବିଷୟ ଉପରେ ଧ୍ୟାନ ଦିଆଯାଉଛି ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ ଓ ମୌଳିକ ଭିତ୍ତିଭୂମିର ସୁଧାର ପାଇଁ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହଉଛି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡିକ ସମ୍ମିଳିତ ଭାବେ କାର୍ଯ୍ୟକାରୀ କରାଯାଇ ବିଭିନ୍ନ ଗୁରତ୍ୱପୁର୍ଣ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ବିଭିନ୍ନ ସୁଚକାଙ୍କ ରେ ବ୍ଲକ ମାନଙ୍କ ମଧ୍ୟରେ ରାଙ୍କୀଙ୍ଗ କରାଯାଇ ବିକାଶ ପାଇଁ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରାଯାଉଛି । ଏହା ଦ୍ୱାରା ଏହି ଅଂଚଳ ଗୁଡିକରେ ବିକାଶ ତ୍ୱରାନ୍ୱିତ ହୋଇପାରୁଛି । ପରେ ପରେ କେନ୍ଦୁଝର ଆକାଂକ୍ଷୀ ବ୍ଲକ ର ବିଭିନ୍ନ ପ୍ରକଳ୍ପ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ । ଏହି କାର୍ୟକ୍ରମରେ ଜିଲ୍ଲାପାଳ ବିଶାଳ ସିଂହ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ, ଉପନିର୍ଦ୍ଦେଶକ( ଯୋଜନା ଓ ପରିସଂଖ୍ୟାନ) ଗଜେନ୍ଦ୍ର କୁମାର ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ୭ ଗୋଟି ବ୍ଲକ ର ବିଡ଼ିଓ ଓ ଅନ୍ୟ ବ୍ଲକ ଅଧିକାରୀ ଆଭାସୀ ମାଧ୍ୟମରେ ଓସୱାନ କେନ୍ଦ୍ରରୁ ଯୋଗ ଦେଇଥିଲେ ।
