ଭଦ୍ରକ: ଅଗ୍ନିକାଣ୍ଡରେ ଗୋରୁ ଗୁହାଳ ପୋଡ଼ି ପାଉଁଶ, ବାଛୁରୀର ମୃତ୍ୟୁ; ପ୍ରଶାସନଙ୍କ ସହାୟତା ଦାବି
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJuly 10, 2026146 views

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ଇଛଦା ଗ୍ରାମର ରାକେଶ ପାତ୍ରଙ୍କ ଗୋରୁ ଗୁହାଳରେ କୌଣସି କାରଣରୁ ଅଚାନକ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର ଗୁହାଳକୁ ବ୍ୟାପିଯିବାରୁ ଗୁହାଳଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।
ଘଟଣା ସମୟରେ ଗୁହାଳ ଭିତରେ ଦୁଇଟି ଗାଈ ଓ ଗୋଟିଏ ବାଛୁରୀ ଥିଲେ। ଭାଗ୍ୟବଶତଃ ଦୁଇଟି ଗାଈ ପଘା ଛିଣ୍ଡାଇ ବାହାରକୁ ପଳାଇ ଯିବାରୁ ସେମାନଙ୍କର ଜୀବନ ରକ୍ଷା ପାଇଥିଲା। କିନ୍ତୁ ଅତ୍ୟନ୍ତ ଦୁଃଖଦ ବିଷୟ, ବାଛୁରୀଟି ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ରାକେଶ ପାତ୍ରଙ୍କର ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକେ ପ୍ରଶାସନଙ୍କୁ ଘଟଣାର ତଦନ୍ତ କରି କ୍ଷତିଗ୍ରସ୍ତ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।
