ଦେଉଳବେଡ଼ା ଡାକଘରେ ଦୁର୍ବୃତ୍ତଙ୍କ ଲୁଟ୍, ପ୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ ଚୋରି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 10, 202655 views

ତାଳଚେର: ତାଳଚେର ବ୍ଲକ କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଡାକଘରରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଡାକଘରର ଫାଟକ ଡେଇଁ ଭିତରକୁ ପ୍ରବେଶ କରି କବାଟ ଭାଙ୍ଗି ଏକ କାଠ ବାକ୍ସ, କମ୍ପ୍ୟୁଟର ଆକ୍ସେସରିଜ୍, ଇନଭର୍ଟର ସମେତ ବିଭିନ୍ନ ସାମଗ୍ରୀ ଲୁଟି ନେଇଥିଲେ। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।
ଡାକଘର କର୍ମଚାରୀମାନେ କାର୍ଯ୍ୟାଳୟରେ ପହଞ୍ଚି କବାଟ ଭଙ୍ଗା ଓ ସାମଗ୍ରୀ ଲୁଟ୍ ହୋଇଥିବା ଦେଖି କୋଲିୟରୀ ପୋଲିସକୁ ଖବର ଦେଇଥିଲେ।
ଲିଖିତ ଅଭିଯୋଗ ପାଇବା ପରେ କୋଲିୟରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
