ଭଞ୍ଜନଗର ଏସପି ଙ୍କ ମହନୀୟତା, ଆହତ ଯୁବକ ଙ୍କୁ ଉଦ୍ଧାର କରି ମେଡ଼ିକାଲ ରେ କଲେ ଭର୍ତ୍ତି
Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗରJuly 9, 202655 views

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତିରେ ଏଏସପି ଦେ ଗାଲେରୀ ଅଭିମୁଖେ ଯାଉଥିଲେ। ବାଟରେ ଭଞ୍ଜନଗର କୁଲାଡ ରୋଡରେ ଜଣେ ଯୁବକ ସାଗର ମହାରଣା ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଏଏସପି ଦେଖିଥିଲେ। ଏହାପରେ ତାଙ୍କୁ ସେ ତୁରନ୍ତ ଉଦ୍ଧାର କରି ଆଣି ନିଜ ଗାଡିରେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି।
