୭୭ତମ ବନ ମହୋତ୍ସବ ସପ୍ତାହ: ସୋଲଡ଼ା ମା' ଶୁରୁଙ୍ଗୀ ପୀଠରେ ବୃକ୍ଷରୋପଣ କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 8, 202680 views

ତାଳଚେର: ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମ ପଞ୍ଚାୟତସ୍ଥିତ ପବିତ୍ର ସୋଲଡ଼ା ମା' ଶୁରୁଙ୍ଗୀ ପୀଠ ଏବଂ ଶୁରୁଙ୍ଗୀ ଗୁରୁକୁଳ ଆଶ୍ରମ ପରିସରରେ ଏକ ଦିବସୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ସବୁଜ ଅଭିଯାନରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ଓ ସବୁଜିମାର ପ୍ରସାର ପାଇଁ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ୱାନ ଜଣାଇଥିଲେ।
ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ। ଆଜିର ଏକ ଛୋଟ ପ୍ରୟାସ ଆଗାମୀ ପିଢ଼ି ପାଇଁ ସୁସ୍ଥ, ସବୁଜ ଓ ସୁନ୍ଦର ପରିବେଶ ସୃଷ୍ଟିରେ ସହାୟକ ହେବ। ସେ ସମସ୍ତଙ୍କୁ ଗଛ ଲଗାଇବା ସହ ତାହାର ଯତ୍ନ ନେବାକୁ ମଧ୍ୟ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, କଣିହାଁ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ୦୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ, ତାଳଚେର ଉପ-ଜିଲ୍ଲାପାଳ, ତାଳଚେର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ତାଳଚେର ପୌରପରିଷଦର କାଉନସିଲରମାନେ ଉପସ୍ଥିତ ରହିଥିଲେ।
