--:--:--
-- ---
Srishti News

ବଅଁରପାଳ ଜେଏମଏଫସି କୋର୍ଟ ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 8, 202690 views
ବଅଁରପାଳ ଜେଏମଏଫସି କୋର୍ଟ ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ
ବଅଁରପାଳ: ବଅଁରପାଳସ୍ଥିତ ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନ ସେବା କମିଟି ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ ସ୍ଥାନୀୟ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ବିଚାରପତି ମାନନୀୟା ସାବିତ୍ରୀ ଦାସ ପ୍ରଥମେ ଏକ ଚାରାରୋପଣ କରି ଉଦ୍ଘାଟନ କରିଥିଲେ। ପରେ ଅଦାଲତର ଆଇନଜୀବୀ, କୋର୍ଟ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଫଳ ଓ ଔଷଧୀୟ ପ୍ରଜାତିର ୫୦ରୁ ଅଧିକ ଚାରା ରୋପଣ କରିଥିଲେ। ଏହି ଅବସରରେ ବିଚାରପତି ସାବିତ୍ରୀ ଦାସ ଗଛରୋପଣର ଆବଶ୍ୟକତା ଓ ଏହାର ସାମାଜିକ ଏବଂ ପରିବେଶଗତ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ସେ ପରିବେଶ ପ୍ରଦୂଷଣ ରୋକିବା, ସବୁଜ ବିପ୍ଳବକୁ ସଫଳ କରିବା ଏବଂ "ମା'ଙ୍କ ପାଇଁ ଗଛଟିଏ" ସ୍ଲୋଗାନର ଗୁରୁତ୍ୱ ଉପରେ ଆଲୋକପାତ କରି ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ଓ ତାହାର ଯତ୍ନ ନେବାକୁ ଆହ୍ୱାନ ଜଣାଇଥିଲେ।