ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳନ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର : କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇJuly 7, 202664 views

କେନ୍ଦ୍ରାପଡ଼ା- ପଟ୍ଟାମୁଣ୍ଡାଇ : ପ୍ରତି ବର୍ଷ ପରି ଚଳିତ ବର୍ଷ ସମଗ୍ର ଦେଶରେ ଜୁଲାଇ ମାସ ର ପ୍ରଥମ ସପ୍ତାହ ରେ ତଥା ବର୍ଷା ଋତୁ ର ଆଗମନ ରେ ବନ ମହୋତ୍ସବ ପାଳନ ହୋଇଥାଏ। ସବୁଜ ସମାଜ,ସୁସ୍ଥ ପୃଥିବୀ ତଥା ଶୁଦ୍ଧ ଅମ୍ଳଜାନ ଓ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ପାଇଁ ଏହି ସପ୍ତାହ ରେ ସବୁଆଡେ ବନ ମହୋତ୍ସବ ପାଳନ ହୁଏ ଓ ବହୁଳ ଭାବରେ ବନୀକରଣ କରାଯାଏ।ଏହି କ୍ରମ ରେ ଆମ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ଖ୍ୟାତି ସମ୍ପର୍ଣ୍ଣ ଶିକ୍ଷା ଅନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ୭୭ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ ଙ୍କ ମାର୍ଗଦର୍ଶନ ରେ ଇ କୋ କ୍ଲବ ତରଫରୁ ଇ କୋ କ୍ଲବ ଶିକ୍ଷକ ତାପସ କୁମାର ବେହେରା ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଜିଲ୍ଲା କାର୍ଯ୍ୟବାହ ଆଦରଣୀୟ ଶ୍ରୀ ଵିନୋଦ ବିହାରୀ ଦାସ ମହୋଦୟ ଯୋଗ ଦେଇ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜସ୍ବସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଆହ୍ୱାନ କୁ ଗ୍ରହଣ କରି "ଏକ ପେଡ ମା କେ ନାମ ୩.୦ " କୁ ସଫଳ କରିବା ପାଇଁ ବିଦ୍ୟାଳୟ ର ଏନ ସି ସି କାଡେଟ୍ସ, ସ୍କାଉଟ ଗାଇଡ଼, ଇ କୋ କ୍ଲବ, ଏନର୍ଜୀ କ୍ଲବ ର ଛତ୍ର ଛାତ୍ରୀ ମାନେ ଅନୁପ୍ରେରିତ ହୋଇ ବିଦ୍ୟାଳୟ ପ୍ରାଙ୍ଗଣରେ ୪୦ଗୋଟି ବୃକ୍ଷ ରୋପଣ କରିଥିଲେ।ଏହି ବନ ମହୋତ୍ସବ ଉଦେଶ୍ୟ ରେ ହୋଇ ଥିବା ଡ୍ରଇଂ ଓ ବକ୍ତୃତା ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ପୁରସ୍କାର ଦିଆ ଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଅନିଲ କୁମାର କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟ ର ଏନ ସି ସି ଶିକ୍ଷକ ସରୋଜ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ର ସଂଯୋଜନା ଓ ଅତିଥି ପରିଚୟ ଦେଇଥିଲେ। ବିଦ୍ୟାଳୟ ର ସାଂସ୍କୃତିକ ସଂଯୋଜିକା ଶିକ୍ଷୟତ୍ରୀ ଅନିତା ଧଳ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ଆଶୋକ କୁମାର ଦାସ,ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ ,ସୁଜୟ କୁମାର ରାଉତରାୟ, ଗୋମତି ସ୍ୱାଇଁ, ଵିନୋଦ କୁମାର ଜେନା, ଅଭିଷେକ ନାୟକ, ସୁସ୍ମିତା ତରାଇ, ଦିଲ୍ଲୀପ କୁମାର ପାତ୍ର ପ୍ରଭୃତି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଵୃକ୍ଷ ରୋପଣ ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଓ ବିଦ୍ୟାଳୟ ର ପିଲା ମାନେ ଏହି କାର୍ଯ୍ୟ କ୍ରମ ରେ ସହଯୋଗ କରିଥଲେ।
