--:--:--
-- ---
Srishti News

ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ: ଚାଷୀଙ୍କ ଆଖିରେ ନିଦ ନାହିଁ, ବିଧାୟକ ଓ ସାଂସଦଙ୍କ ଦେଖାନାହିଁ

Kalahandi (କଳାହାଣ୍ଡି)ରିପୋର୍ଟ -ନିରାକାର ଗୋପାଳ, ସ୍ୱତନ୍ତ୍ର ପ୍ରତିନିଧି ଧର୍ମଗଡJuly 5, 2026240 views
ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ:  ଚାଷୀଙ୍କ ଆଖିରେ ନିଦ ନାହିଁ, ବିଧାୟକ ଓ ସାଂସଦଙ୍କ ଦେଖାନାହିଁ
ଧର୍ମଗଡ -ମୌସୁମୀ ବର୍ଷା ଲାଗି ରହିଛି ମଣ୍ଡିଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଉଚିତ୍ ସୁରକ୍ଷା ଓ ରକ୍ଷଣାବେକ୍ଷଣ ଅଭାବରୁ ଚାଷୀଙ୍କ କଷ୍ଟଲବ୍ଧ ଧାନ ଏବେ ଖୋଲା ଆକାଶ ତଳେ ପଡ଼ିରହି ଧାନ ଗଜା ହେବାକୁ ବସିଲାଣି। ବର୍ଷା ପାଣିରୁ ଧାନକୁ ରକ୍ଷା କରିବା ପାଇଁ ଚାଷୀମାନେ ନିଜସ୍ୱ ଉଦ୍ୟମରେ ପଲିଥିନ ଘୋଡ଼େଇ ରଖିଥିଲେ ହେଁ ସେମାନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ। ମାସ ମାସ ଧରି ମଣ୍ଡିକୁ କାମ ଧନ୍ଦା ଛାଡି ଚାଷୀ ମାନେ କ୍ଷତି ସହୁଛନ୍ତି। ଟ୍ରାକ୍ଟର ଓ ଧାନକଟା ମେସିନ୍ କୂ ପଇସା ଦେବା ପାଇଁ ସୁନା ଗହଣା ବନ୍ଧା ସହିତ ମହାଜନି ଋଣ କରି ସର୍ବଶାନ୍ତ ହେଉଛନ୍ତି। ବର୍ତ୍ତମାନ ତଳି ପକାଇବାର ସମୟ ଆସିଲା କେବେ ଧାନ ବିକ୍ରି ହେବ କେବେ ପଇସା ମିଳିବ ଆଶା ଆସଂକାରେ ଚାଷୀ ।। ବର୍ଷା ଦାଉ ସାଙ୍ଗକୁ ଚୋର ଭୟ ଯୋଗୁଁ ଚାଷୀଙ୍କ ଉପରେ ଦୁଃଖ ଉପରେ ପୁଣି ଦୁଃଖର ବୋଝ ଲଦି ହୋଇଯାଇଛି।ସରକାରଙ୍କ ତରଫରୁ ରବି ଧାନ କିଣା ପ୍ରକ୍ରିୟାର ସମୟସୀମା ଶେଷ ହୋଇଥିବା ବେଳେ । କିନ୍ତୁ ମଣ୍ଡିରେ କେବଳ ଧାନ 'ପରଚେଜ୍' ବା କାଗଜପତ୍ର କାମ କରାଯାଇ ଧାନ ବସ୍ତାଗୁଡ଼ିକୁ ସେମିତି ମଣ୍ଡିରେ ପକାଇ ରଖାଯାଇଛି, ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ଏହାର ସୁଯୋଗ ନେଇ କେତେକ ସ୍ଥାନରେ ପଇସା ନ ଦେଲେ' ଧାନ ଉଠୁ ନାହିଁ ଅଭିଯୋଗ ହେଉଛି। ଧାନ ଅଧିକ ଦିନ ଓଦା ରହିଲେ ଆଗକୁ ଏହି କଟନୀ ପରିମାଣ ଆହୁରି ବଢ଼ିବା ନେଇ ଚାଷୀକୁଳ ସନ୍ଦେହ ଓ ଆଶଙ୍କାରେ ରହିଛନ୍ତି।ଚାଷୀଙ୍କ ଏହି ଗମ୍ଭୀର ସମସ୍ୟା ଅନୁଧ୍ୟାନ କରିବା ପାଇଁ ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି। ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେ ଲହଜଲଙ୍କ ନେତୃତ୍ୱରେ ଏହି ଦଳ ବୋଡେନ ଓ ତାରାପୁର ମଣ୍ଡି ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ସେଠାରେ ହଜାର ହଜାର ଧାନ ବସ୍ତା ବର୍ଷାରେ ପଡ଼ି ଓଦା ହେଉଥିବା ଦେଖି ବ୍ଲକ ସଭାପତି ତୁରନ୍ତ ଫୋନ୍ ମାଧ୍ୟମରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ତହସିଲଦାର ଯୋଗାଯୋଗ କରିଥିଲେ। ମଣ୍ଡିରୁ ଶୀଘ୍ର ଧାନ ବସ୍ତା ଉଠାଇବା ପାଇଁ ସେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ଯଦି ଚାଷୀଙ୍କ ଧାନ ତୁରନ୍ତ ଉଠା ନଯାଏ, ତେବେ ଆଗାମୀ ଦିନରେ ବିଜେଡି ପକ୍ଷରୁ ରାଜରାସ୍ତା ଅବରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏହି ମଣ୍ଡି ପରିଦର୍ଶନ ସମୟରେ ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କିଶୋର ଭଏସାଲ ଛାତ୍ର ନେତା ସୁନୀଲ ଭଏସାଲ ଙ୍କ ସମେତ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚାଷୀଙ୍କ ଏହି ଜ୍ୱଳନ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।