ଏଲ୍ ନିନୋ ପ୍ରଭାବ ନେଇ କେନ୍ଦ୍ରର ସମୀକ୍ଷା, କମ୍ ବର୍ଷା ସମ୍ଭାବନା
ସୁକାନ୍ତ ପ୍ରଧାନJuly 5, 202627 views

ନୂଆଦିଲ୍ଲୀ: ୩ ଜୁଲାଇ:‘ଏଲ୍ ନିନୋ’ ପ୍ରଭାବରେ ଦେଶର କିଛି ଅଞ୍ଚଳରେ କମ୍ ବର୍ଷା ସମ୍ଭାବନା ନେଇ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଓ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୈଠକରେ ପରିସ୍ଥିତି ଉପରେ ନଜର ରଖିବାକୁ ଓ ରାଜ୍ୟମାନଙ୍କ ସହ ସମନ୍ୱୟ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚାଷୀମାନଙ୍କୁ କମ୍ ପାଣି ଆବଶ୍ୟକ ଥିବା ଫସଲ, ଯଥା ଡାଲି ଓ ମୋଟା ଶସ୍ୟ ଚାଷ କରିବା ପରାମର୍ଶ ଦିଆଯାଇଛି। ସରକାର ଜଳାଶୟ ଓ ଜଳ ସମ୍ପଦ ଉପରେ କଡ଼ା ନଜର ରଖିଛି। ଦେଶରେ ଚାଉଳ ଓ ଗହମ ସହ ପ୍ରୟାପ୍ତ ଖାଦ୍ୟଶସ୍ୟ ମଜୁତ ଥିବାରୁ ମୂଲ୍ୟ ସ୍ଥିର ରହିଛି।
