ସାମାନ୍ୟ ବର୍ଷାରେ ବୁଡ଼ୁଛି ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ହଇରାଣ ହେଉଛନ୍ତି ରୋଗୀ
Bargarh (ବରଗଡ଼)ବରଗଡ଼, ବରପାଲି ରୁ ସତ୍ୟ ସୁରୁଜାଲ ଙ୍କ ରିପୋର୍ଟJuly 4, 202674 views

ବରଗଡ଼ ଜିଲ୍ଲାର ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅନ୍ତର୍ଗତ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ହସ୍ପିଟାଲ ପରିସର ପୋଖରୀର ଭ୍ରମ ସୃଷ୍ଟି କରୁଥିବାବେଳେ ଚିକିତ୍ସା ପାଇଁ ଆସୁଥିବା ରୋଗୀ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ସେମାନଙ୍କ ସହଯୋଗୀମାନେ ଚରମ ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି।
ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦେଖିବାକୁ ମିଳୁନାହିଁ। ଏକ ପଟେ ସରକାର ସ୍ୱାସ୍ଥ୍ୟସେବାର ଉନ୍ନତି କଥା କହୁଥିବାବେଳେ ଅନ୍ୟପଟେ ହସ୍ପିଟାଲର ମୌଳିକ ଭିତ୍ତିଭୂମିର ଏଭଳି ଦୟନୀୟ ଚିତ୍ର ଅତ୍ୟନ୍ତ ଉଦ୍ବେଗଜନକ।
ଜନସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ଗୁରୁତର ସମସ୍ୟା ପ୍ରତି ବିଜେପୁର NAC ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ହସ୍ପିଟାଲ ପରିସରକୁ ଜଳମୁକ୍ତ କରିବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି।
ରୋଗୀଙ୍କ ଦୁର୍ଭୋଗ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ।
