ନୋଡାଲ୍ ସିଜିଏମ୍ ଶ୍ରୀଯୁକ୍ତ ଅଯୟ କୁମାର ସିଂଙ୍କ ସହ ଚାରି ଶ୍ରମିକ ୟୁନିୟନର ଆଲୋଚନା
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 3, 202664 views

ତାଳଚେର: ନୋଡାଲ୍ ସିଜିଏମ୍ ଶ୍ରୀଯୁକ୍ତ ଅଯୟ କୁମାର ସିଂଙ୍କ ସହ ଚାରିଟି ଶ୍ରମିକ ୟୁନିୟନର ପ୍ରତିନିଧିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ କର୍ମଚାରୀମାନେ କିଭଳି ସୁଚାରୁ, ସୁରକ୍ଷିତ ଓ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିବେ, ସେଥିପାଇଁ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। କର୍ମକ୍ଷେତ୍ରରେ ସମନ୍ୱୟ, ଶୃଙ୍ଖଳା ଓ ଉତ୍ପାଦନ ବୃଦ୍ଧି ସହ ଶ୍ରମିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।
