--:--:--
-- ---
Srishti News

ଗୌଡ଼ଗାଁ ହାଇସ୍କୁଲରେ ପ୍ରଧାନଶିକ୍ଷକ ପରିତୋଷ ପାଢ଼ୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Bargarh (ବରଗଡ଼)ରିପୋର୍ଟ: ତରଣୀ ପଟେଲ, ଭଟଲିJuly 3, 202625 views
ଗୌଡ଼ଗାଁ ହାଇସ୍କୁଲରେ ପ୍ରଧାନଶିକ୍ଷକ ପରିତୋଷ ପାଢ଼ୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବରଗଡ଼/ଭଟଲି, ୨ ଜୁଲାଇ: ଭଟଲି ବ୍ଲକ ଅନ୍ତର୍ଗତ ଗୌଡ଼ଗାଁ ପଞ୍ଚାୟତ ହାଇସ୍କୁଲରେ ପ୍ରଧାନଶିକ୍ଷକ ପରିତୋଷ ପାଢ଼ୀଙ୍କ ଅବସର ଉପଲକ୍ଷେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଗୁରୁବାର ଆୟୋଜିତ ହୋଇଥିଲା। ଶିକ୍ଷକ ତେଜୁରୁ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ମନୋଜ ନାୟକ ଅତିଥି ପରିଚୟ ଏବଂ ଶିକ୍ଷକ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଭଟଲି ବିଡିଓ ପ୍ରମୋଦ ଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ସୌରୀଚରଣ ବାରିକ, ଉଦେପାଲି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ସଞ୍ଜୀବ ଦାଶ, ଡା. ସଞ୍ଜିତ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ରାମ ବେହେରା, ଅଧ୍ୟାପକ ଲୋକେଶ୍ୱର ସା, ସୁବୋଧ ମିଶ୍ର, ଆଲୁମିନି କମିଟି ସଭାପତି ଅଜାମ୍ବିଳ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରେନ୍ଦ୍ର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ୍, ସାମ୍ବାଦିକ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରଧାନଶିକ୍ଷକ ପରିତୋଷ ପାଢ଼ୀଙ୍କ ଦୀର୍ଘ କର୍ମମୟ ଜୀବନ, ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ପଣର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟ, ଉଦେପାଲି ସ୍ୱାସ୍ଥ୍ୟକେନ୍ଦ୍ର, ଗୌଡ଼ଗାଁ କଲେଜ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଶ୍ରୀ ପାଢ଼ୀଙ୍କୁ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ।