--:--:--
-- ---
Srishti News

ଜିଲ୍ଲାସ୍ତରୀୟ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଓ ଆଜୀବିକା ମିଶନ

Kendujhar (କେନ୍ଦୁଝର)କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟJuly 3, 202614 views
ଜିଲ୍ଲାସ୍ତରୀୟ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଓ ଆଜୀବିକା ମିଶନ
କେନ୍ଦୁଝର, 2/7 କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍‌ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଶ୍ରୀ ଏଚଡି ଧନରାଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ମାନ୍ୟବର ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ଶ୍ରୀ ସଂଜୀବ କୁମାର ବେହେରା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ପଞ୍ଚାୟତରାଜ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । ଏହି ସମାବେଶକୁ ସମ୍ବୋଧିତ କରି ଅତିଥିମାନେ ନିଜ ନିଜ ଅଭିଭାଷଣରେ ଏହି ବଡ଼ ସଂସ୍କାରର ପରିବର୍ତ୍ତନଶୀଳ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇ, "ଭିବି-ଜିରାମଜି ର ଶୁଭାରମ୍ଭ କେନ୍ଦୁଝରର ଗ୍ରାମୀଣ ଅର୍ଥନୀତି ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ। କେବଳ ସ୍ୱଳ୍ପ ମିଆଦି ଆଶ୍ୱାସନାମୂଳକ କାର୍ଯ୍ୟ ଯୋଗାଇବା ଢାଞ୍ଚାରୁ ବାହାରି ସ୍ଥାୟୀ ସମ୍ବଳ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛୁ, ଯାହା ଆମ ଗ୍ରାମଗୁଡ଼ିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଲାଭାନ୍ୱିତ କରିବ। ପ୍ରଶାସନିକ ନିରନ୍ତରତା ବିଷୟରେ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ଅତିଥିମାନେ ଆହୁରି ମଧ୍ୟ "ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ସମୟରେ ଆମ ଜିଲ୍ଲାର କୌଣସି ବି ଯୋଗ୍ୟ ଗ୍ରାମୀଣ ଶ୍ରମିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ନୂତନ ଆଇନ ଅନୁଯାୟୀ, ବାର୍ଷିକ ସରକାରୀ କାର୍ଯ୍ୟ ଗ୍ୟାରେଣ୍ଟିକୁ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି ଏବଂ ଜାତୀୟ ସ୍ତରରେ ଦୈନିକ ସର୍ବନିମ୍ନ ମଜୁରୀ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଶାସନିକ ବିଳମ୍ବକୁ ଏଡ଼ାଇବା ପାଇଁ ଏବେ ମଜୁରୀ ସାପ୍ତାହିକ କିମ୍ବା ପାକ୍ଷିକ (୧୫ ଦିନ) ଆଧାରରେ ସିଧାସଳଖ ପ୍ରଦାନ କରାଯିବ।