ସର୍ଟ ସର୍କିଟରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ
Nayagarh (ନୟାଗଡ଼)ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁରJuly 3, 202621 views

ରଣପୁର, ୦୨/୦୭: ସର୍ଟ ସର୍କିଟରୁ ନିଆଁ ଲାଗି ଲକ୍ଷାଧିକ
ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇ ଯାଇ ଥିବାର ସୂଚନା ମିଳିଛି। ସୂଚନା ମୁତାବକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ରାଧାମୋହନପୁର ସାହିର ପଙ୍କଜ ନାୟକଙ୍କ ଘରେ ବୁଧବାର ଦିନ ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପଙ୍କଜ ଏବଂ ତାଙ୍କ ଘର ଲୋକ ସଂପୂଣ୍ଣ ବିଫଳ ହୋଇ ଥିଲେ । ଫଳରେ ଘରେ ଥିବା ସମସ୍ତ ଜିନିଷ ପତ୍ର ସମ୍ପୂର୍ଣ୍ଣ ପୋଡି ଜଳି ପାଉଁଶ ହୋଇଯାଇ ଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ୁଛି । ସ୍ଥାନୀୟ ଲୋକମାନେ ଟାଙ୍ଗୀ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ପରିବାର ପକ୍ଷରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।
