--:--:--
-- ---
Srishti News

ଫୁଲପଡାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 3, 202627 views
ଫୁଲପଡାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
ଅନୁଗୋଳ: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ୍ ଫୁଲପଡା ଗ୍ରାମର ବାସିନ୍ଦା ଶ୍ରୀ ଭାଗୀରଥୀ ବେହେରା କିଛିଦିନ ତଳେ ଆତ୍ମହତ୍ୟା କରିଥିବା ଘଟଣା ପରେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏହି ଅବସରରେ ବିଧାୟକ ସ୍ୱର୍ଗତ ଭାଗୀରଥୀ ବେହେରାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକାକୁଳ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ। ଏହି ସମୟରେ ବିଜେପି ପଞ୍ଚାୟତ ସଭାପତି ଶ୍ରୀ ଯୋଗେଶ୍ୱର ଗଡନାୟକ, ବିଜେପି ନେତା ଶ୍ରୀ ଚନ୍ଦୁ ବେହେରା, ଶ୍ରୀ ପ୍ରଶାନ୍ତ ତ୍ରିପାଠୀ, ଶ୍ରୀ ପପୁ ବେହେରାଙ୍କ ସମେତ ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।