ରଣପୁର ଥାନାରେ ଆମ ପୋଲିସ ସମିତି ବୈଠକ
Nayagarh (ନୟାଗଡ଼)ରିପୋର୍ଟ ନିରଞ୍ଜନ ମହାପାତ୍ର ରଣପୁରJuly 2, 202620 views

ରଣପୁର ୧/୭() ନୟାଗଡ ଜିଲ୍ଲା ରଣପୁର ଥାନା ପରିସରରେ ଆଜି ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ରଣପୁର ବ୍ଲକ ସରପଞ୍ଚ, ସମିତି ଓ ଖବର ଦାତା ଅଂଶ ଗ୍ରହଣ କରିଥିଲେ l ଆମ ପୋଲିସ ବିଷୟରେ ଥାନା ଅଧିକାରୀ ଆଶିଷ ଦେବ ସାହୁ ଅବଗତ କରିଥିଲେ l ସାଇବର ଠକେଇ, ଓ ନିଶାଦ୍ରବ୍ୟ ରୁ କିପରି ଜନସାଧାରଣ ମାନେ ରୋକିହେବେ ସେ ବିଷୟରେ କହିଥିଲେ ଏବଂ ଜଣ ସାଧାରଣ ଙ୍କ ସହଯୋଗ ଓ ସଚେତନତା ର ସାହାଯ୍ୟ ଲୋଡ଼ିଥିଲେ l ସେ କହିଥିଲେ ଆଜିର ଡିଜିଟାଲ ଯୁଗରେ ସାଇବର ଠକେଇ ଏକ ବଡ଼ ସମସ୍ୟା ସେଥିପାଇଁ ସତର୍କତା ଓ ସଚେତନତା ହିଁ ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ l ବ୍ୟାଙ୍କ ଆକାଉଣ୍ଟ ଓ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀ ସାହୁ କହିଥିବା ବେଳେ ଅଜଣା ବ୍ୟକ୍ତିଙ୍କୁ ଅନଲାଇନଲୋଭ ତଥା ଲଟେରୀ ଜିତିବା,କିମ୍ବା ଶସ୍ତାରେ ସାମଗ୍ରୀ କିଣିବା, ପିନ ନମ୍ବର, ଓଟିପ କାହାକୁ ନଦେବା ଓ ନକଲି ପୋଲିସ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ l
