ବନ ମହୋତ୍ସବ ୨୦୨୬’ ପାଳିତ: ମେଗା ବୃକ୍ଷରୋପଣ ଅଭିଯାନ ଆରମ୍ଭ
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳJuly 1, 202636 views

ଢେଙ୍କାନାଳ: ୧.୭- ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ.ଏସ.ଏସ. ସହ-ୟୁନିଟ୍ ପକ୍ଷରୁ 'ବନ ମହୋତ୍ସବ ୨୦୨୬' ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ମେଗା ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପୂର୍ଣ୍ଣଚନ୍ଦ୍ର ବରାଳ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ଡଃ ରବର୍ଟ ୱିଲସନ ଭାତ୍ରା ଓ ଶ୍ରୀମତୀ ବିଦୁଷୀ ମଧୁସ୍ମିତା, ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ବୃନ୍ଦ ଏବଂ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
ପରିବେଶ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନ କେବଳ ଗୋଟିଏ ଦିନରେ ସୀମିତ ନରହି, ଏକ ମାସ ବ୍ୟାପୀ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଆଦରର ସହ ଆହ୍ୱାନ କରାଯାଇଛି।
"ପ୍ରକୃତିର ସୁରକ୍ଷା, ଆମ ଆଗାମୀ ଭବିଷ୍ୟତକୁ ସୁରକ୍ଷିତ କରିବା ଏବଂ ପରିବେଶକୁ ସମୃଦ୍ଧ କରିବା ପାଇଁ ଆସନ୍ତୁ ଆଜି ହିଁ ଗୋଟିଏ ଗଛ ଲଗାଇବା," ବୋଲି ଏନ.ଏସ.ଏସ. କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ।
