ରଣପୁର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
Nayagarh (ନୟାଗଡ଼)ରିପୋର୍ଟ: ନିରଞ୍ଜନ ମହାପାତ୍ର, ranapurJuly 1, 202640 views

ରଣପୁର ୧/୭ ():ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ଉପଲକ୍ଷେ ଆଜିଶୁକ୍ରବାର ରଣପୁର ପଞ୍ଚାୟତ ସମିତ ସଭା ଗୃହରେ ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଶ୍ରୀଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ରଣପୁର ରେ କିପରି ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳିତ ହେବ ସେ ବିଷୟରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଚଳିତ ବର୍ଷ ମହାପ୍ରଭୁଙ୍କର ଶ୍ରୀ ଗୁଣ୍ଡିଚା ଯାତ୍ରା ନିମନ୍ତେ ୩ ଗୋଟି ରଥର ବ୍ୟବସ୍ଥା କରାଯିବା ସହ ପ୍ରଶାସନ ପକ୍ଷରୁ ଶାନ୍ତି ଓ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ, ରାସ୍ତା ମରାମତି, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି। ଏଥି ସହିତ ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରାକୁ କିପରି ସରସ ସୁନ୍ଦର ଭାବେ ପରିଚାଳନା କରାଯିବ ସେଥିପାଇଁ ବାଚସ୍ପତି ଶ୍ରୀମତି ପାଢ଼ୀ ବୈଠକରେ ଉପସ୍ଥିତ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିବା ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଉକ୍ତ ବୈଠକରେ ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଡ଼ିଓ ମନୋଜ କୁମାର ନାୟକ, ଏନ ଏ ସି ଅଧକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, ବ୍ଲକ ଅଧକ୍ଷା ଶ୍ରୀମତି ନିର୍ମଳା ବେହେରା,ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ,ଥାନା ଅଧିକାରୀ ଆଶିଷ ଦେବ ସାହୁ,ପୁରୀ ଏମପି ପ୍ରତିନିଧି ଶ୍ରୀଯୁକ୍ତ ପ୍ରିୟବ୍ରତ ପ୍ରହରାଜ, ନାରାୟଣ ମହାପାତ୍ର,ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର , ସମେତ କମିଟି ମେମ୍ବର, ସାମ୍ବାଦିକ ଏବଂ ଜଗନ୍ନାଥ ପ୍ରେମୀ ସଭାରେ ଉପସ୍ଥିତ ଥିଲେ l
