ମଣ୍ଡିରେ ନାହିଁ ଟାର୍ଗେଟ, ଧାରଣାରେ ବସିଲେ ଚାଷୀ
Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଜୟପାଟଣାJuly 1, 202646 views

କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ର ବୀଜମରା ଓ ଦୁଲକିବନ୍ଧ ମଣ୍ଡିରେ ଟାର୍ଗେଟ ଅଭାବରୁ ଚାଷୀମାନେ ଚରମ ହନ୍ତସନ୍ତ ହେଉଛନ୍ତି.ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ନ୍ୟାର୍ଯ୍ୟ ଦାବି ନେଇ ଏବେ ମଣ୍ଡି ଗେଟ ସମ୍ମୁଖରେ ଧାରଣା ରେ ବସିଛନ୍ତି ଶତାଧିକ ଚାଷୀ.ସୂଚନା ଅନୁଯାଇ ବର୍ତମାନ ସୁଦ୍ଧା ବୀଜମରା ମଣ୍ଡି ରେ ପ୍ରାୟ 8000 କ୍ୟୁଇଣ୍ଟାଲ ଓ ଦୁଲକିବନ୍ଦ ମଣ୍ଡିରେ ପ୍ରାୟ 5000 କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷା ରେ ଅଛି.ଟାର୍ଗେଟ ନ ଥିବା ଦର୍ଶାଇ ପ୍ରଶାସନ ଓ ମିଲର୍ସ ଧାନ ଉଠାଉ ନ ଥିବାରୁ ଚାଷୀମାନେ ନିଜ ସୁନା ଫସଲ କୁ ଜଗି ଦିନରାତି ମଣ୍ଡି ରେ ପଡି ରହିଛନ୍ତି.ମଣ୍ଡି ଆରମ୍ଭ ଦିନରୁ ହିଁ କିଛି ନା କିଛି ସମସ୍ୟା ଲାଗି ରହି ଥିଲା.ଏବେ ସବୁ ସୀମା ପାର ହୋଉ ଯାଇଛି..ଟାର୍ଗେଟ ନ ଆସିଲେ ଆମେ ଏଠାରୁ ହଟିବୁ ନାହଁ ବୋଲି କହିଛନ୍ତି.ଏପଟେ ପୂର୍ବ ଧାନ ବିକ୍ରି ହୋଇ ପାରୁନଥିବା ବେଳେ ଅନ୍ୟପଟେ ବର୍ତମାନ ଖରିପ ଧାନ ଫସଲ ପାଇଁ ଚାଷ କାମ ଆରମ୍ଭ ହେଲାଣି.ହାତରେ ପଇସା ନ ଥିବାରୁ ନୂଆ ଫସଲ ପାଇଁ ବିହନ ସର କିଣିବା ଚାଷୀଙ୍କ ପାଇଁ କଷ୍ଟକର ହୋଇ ପଡିଛି.ଏଭଳି ସ୍ଥିତି ରେ ଦୁଇ ସଙ୍କଟ ମଝିରେ ପେଷି ହେଉଛି ନିରୀହ ଚାଷୀ.ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମଣ୍ଡି କୁ ଅତିରିକ୍ତ ଟାର୍ଗେଟ ପ୍ରଦାନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟା ସ୍ୱାଭାବିକ କରିବାକୁ ସ୍ଥାନୀୟ ଚାଷୀ ଦୃଢ ଦାବି କରିଛନ୍ତି.
