ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେପିର ଦୁଇ ନେତା ନିଲମ୍ବିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 30, 2026115 views

ଅନୁଗୋଳ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ଶୃଙ୍ଖଳା କମିଟିର ନିଷ୍ପତ୍ତି କ୍ରମେ ଦଳ ବିରୋଧୀ କାର୍ଯ୍ୟକଳାପ ଓ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଅନୁଗୋଳ ଜିଲ୍ଲା ବିଜେପିର ଦୁଇଜଣ ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁସାରେ, ଛେଣ୍ଡିପଦା ବିଧାନସଭାର ବିଧାୟକ ଶ୍ରୀ ଅଗସ୍ତି ବେହେରାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିବା ସହ ଦଳର ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ଅମିୟ ତ୍ରିପାଠୀ ଓ ଶ୍ରୀ ବିଷ୍ଣୁ ଚରଣ ବେହେରାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦଳୀୟ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଉଭୟ ନେତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଥିବା ବିଜେପି ପକ୍ଷରୁ ସୂଚନା ମିଳିଛି।
