ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ କାର୍ଯ୍ୟକ୍ରମ
Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟJune 30, 2026294 views

ଟିଟିଲାଗଡ଼ :- ୩୦/୬/୨୬ ଟିଟିଲାଗଡ଼ବ୍ଲକ ବିନେକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୦୨୬-୨୭ ବର୍ଷର ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ସଭାପତି ତଥା ସମାଜସେଵୀ କୃଷ୍ଣଚନ୍ଦ୍ର ମାଝୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହି ପୋଷାକ ବିତରଣ କରିଥିଲେ l ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନନ୍ଦ ପରିଚାଳନା କରିଥିବାବେଳେ କମିଟି ସଦସ୍ୟ ମତିଲାଲ ମାଝୀ, ଅକ୍ଷୟ ଗହୀର, ତୁମେଶ୍ୱର ଆଡ଼ଯୁଆଡେ, କିଶୋର ମାଝୀ, ଶିକ୍ଷକ ସୁଦାମ ଚରଣ ମାଝୀ, ମହିଳାଲ କୁମ୍ଭାର, ଶିକ୍ଷୟିତ୍ରୀ ସୁମନ ଭାରତୀ, ସଂଗୀତା ଓରାମ, ପ୍ରିୟଙ୍କା ନାଗ, ଶିକ୍ଷକ ଅନଙ୍ଗ କୁମାର ବିଶି, ପିଇଆଇ ଚୈତନ୍ୟ ଠେଲା, ଏଇଆଇ ନିର୍ମଳ ପାତ୍ର ସମୂହ ଉପସ୍ଥିତ ଥିଲେ l
