ଭଦ୍ରକରେ ବାଘ ଆତଙ୍କ! ଭୟଭୀତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJune 30, 202666 views

ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ଧନାତୋଳା-ନୟାନଗର ଗାଁରେ ବାଘ ଥିବା ସନ୍ଦେହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଓ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସ୍ଥାନୀୟ ଲୋକମାନେ ବାଘ ଦେଖିଥିବା ଦାବି କରୁଥିଲେ ମଧ୍ୟ ବନ ବିଭାଗର ପ୍ରାଥମିକ ତଦନ୍ତ ଅନୁଯାୟୀ ଏହା ଏକ ଫିସିଂ କ୍ୟାଟ୍ (Fishing Cat) ହୋଇପାରେ ବୋଲି ସନ୍ଦେହ କରାଯାଉଛି। ପଶୁଟିର ସଠିକ୍ ପରିଚୟ ପାଇଁ ଖୋଜାଖୋଜି ଜାରି ରହିଛି।
ଘଟଣା ପରେ ଗାଁରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ଲୋକଙ୍କୁ ଅଯଥା ଭୟଭୀତ ନହେବାକୁ ଅନୁରୋଧ କରିଛି। ଅଧିକାରୀମାନଙ୍କ କହିବା ଅନୁସାରେ, ଟିମ୍ ସମଗ୍ର ଅଞ୍ଚଳ ଉପରେ କଡ଼ା ନଜର ରଖିଛି ଏବଂ ପଶୁଟିକୁ ଚିହ୍ନଟ କରି ସୁରକ୍ଷିତ ଭାବେ ଧରିବା ପାଇଁ ପଦକ୍ଷେପ ଜାରି ରହିଛି।
ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଘର ବାହାରକୁ ଯିବାବେଳେ ସତର୍କ ରୁହନ୍ତୁ, ଛୋଟ ପିଲାମାନଙ୍କୁ ଏକାକୀ ବାହାରକୁ ନ ପଠାନ୍ତୁ ଏବଂ କୌଣସି ସନ୍ଦେହଜନକ ବନ୍ୟପ୍ରାଣୀ ଦେଖିଲେ ତୁରନ୍ତ ବନ ବିଭାଗ କିମ୍ବା ପୋଲିସକୁ ସୂଚନା ଦିଅନ୍ତୁ। ଅଯଥା ଭୟଭୀତ ନହୋଇ ସତର୍କ ରହିବା ହିଁ ସବୁଠାରୁ ବଡ଼ ବୋଲି କହିଛନ୍ତି ବନବିଭାଗ ଅଧିକାରୀ,
