ସାଉଥ୍ ବଲଣ୍ଡାରେ ଭବ୍ୟ ବାଣିଜ୍ୟ ମେଳା ଉଦ୍ଘାଟିତ, ଯୋଗଦେଲେ ବିଧାୟକ ବ୍ରଜକିଶୋର ପ୍ରଧାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 29, 202671 views

ଅନୁଗୋଳ: ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଉଥ୍ ବଲଣ୍ଡା ସ୍ଥିତ ଦୁର୍ଗା ମଣ୍ଡପ ପଡ଼ିଆରେ ଆୟୋଜିତ ଭବ୍ୟ ବାଣିଜ୍ୟ ମେଳାର ଶୁଭ ଉଦ୍ଘାଟନ ଉତ୍ସବ ଆଜି ଉତ୍ସାହ ଓ ଆଡମ୍ବରର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାର ଶୁଭ ଉଦ୍ଘାଟନ କରିଥିଲେ।
ଏହି ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ, ଘରୋଇ ଉପକରଣ ଓ ବିଭିନ୍ନ ପ୍ରକାରର ହସ୍ତନିର୍ମିତ ଦ୍ରବ୍ୟ ପ୍ରଦର୍ଶିତ ହୋଇଛି। ସେହିପରି ବିଭିନ୍ନ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟ ଷ୍ଟଲ୍ ଏବଂ ପରିବାର ସହ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଆକର୍ଷଣୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି।
ବିଧାୟକ ବ୍ରଜକିଶୋର ପ୍ରଧାନ କହିଥିଲେ ଯେ, ଏଭଳି ବାଣିଜ୍ୟ ମେଳା ସ୍ଥାନୀୟ କଳା, ସଂସ୍କୃତି ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ସହ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ।
ଉଦ୍ଘାଟନୀ ଉତ୍ସବରେ ମା' ଦୁର୍ଗା ମନ୍ଦିର କମିଟିର ସଦସ୍ୟମାନେ, ସ୍ଥାନୀୟ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବର୍ଗ ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ମେଳାକୁ ସଫଳ କରିଥିଲେ। ମେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି।
