ମଣିଷ ଜୀବନ ସହ ଖେଳୁଛି କି ଆୟୋସିଏଲ୍ କମ୍ପାନୀ? ନାଇଟ୍ ସିଫ୍ଟରେ ଇଞ୍ଜିନିୟର ନଥିବା ଅଭିଯୋଗ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 29, 202651 views

ତାଳଚେର: ତାଳଚେର ସାଉଥ୍ ବଲଣ୍ଡା ନିକଟସ୍ଥ ଆୟୋସିଏଲ୍ କମ୍ପାନୀକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ସୂତ୍ର ଓ କିଛି କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଏହି କମ୍ପାନୀରେ ଖଣି ଅଞ୍ଚଳରେ ବ୍ୟବହୃତ ବିସ୍ଫୋରକ (ଡିନାମାଇଟ୍) ପ୍ରସ୍ତୁତ କରାଯାଏ ଏବଂ ତାହା ବିଭିନ୍ନ କୋଇଲା ଖଣିକୁ ଯୋଗାଣ ଦିଆଯାଏ।
ଅଭିଯୋଗ ହେଉଛି, କମ୍ପାନୀରେ ତିନୋଟି ସିଫ୍ଟରେ କାମ ଚାଲୁଥିଲେ ମଧ୍ୟ ନାଇଟ୍ ସିଫ୍ଟ ସମୟରେ କୌଣସି ଇଞ୍ଜିନିୟର ଉପସ୍ଥିତ ରହୁନାହାନ୍ତି। ଏପରି ବିପଦପୂର୍ଣ୍ଣ କାର୍ଯ୍ୟ ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ ଏହାର ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠିଛି।
କର୍ମଚାରୀଙ୍କ ସୁରକ୍ଷା ଓ କାର୍ଯ୍ୟସ୍ଥଳରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯାଉଛି କି ନାହିଁ, ତାହାର ତଦନ୍ତ କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
