କଳା ହୀରାରେ କାଳିମା! ତାଳଚେର ଜଗନ୍ନାଥ ମାଇନ୍ସରେ କୋଇଲା ଉତ୍ତୋଳନକୁ ନେଇ ଉଠିଲା ପ୍ରଶ୍ନ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 29, 202651 views

ତାଳଚେର: ତାଳଚେର ଅଞ୍ଚଳର ଜଗନ୍ନାଥ ମାଇନ୍ସରେ କୋଇଲା ଉତ୍ତୋଳନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି ଯେ, ଅନୁମୋଦିତ ସୀମା (ସିଲିଂ) ଠାରୁ ଅଧିକ ପରିମାଣରେ କୋଇଲା ଉତ୍ତୋଳନ କରାଯାଉଛି। ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର କୋଇଲା ନିଆଁ ଲାଗି ନଷ୍ଟ ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ଅଭିଯୋଗକାରୀଙ୍କ ପ୍ରଶ୍ନ, ଯଦି ନିର୍ଦ୍ଧାରିତ ସୀମା ନାହିଁ କିମ୍ବା ଉତ୍ତୋଳନରେ କଟକଣା ରହିଛି, ତେବେ ଏତେ ପରିମାଣରେ କୋଇଲା ଉତ୍ତୋଳନ କେଉଁ ଆଧାରରେ କରାଯାଉଛି? ଏଥିପ୍ରତି ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ନଜର ପଡ଼ୁନାହିଁ, ନା କି ସବୁକିଛି ଜାଣିଶୁଣି ନିରବତା ଅବଲମ୍ବନ କରାଯାଉଛି? ଏଭଳି ପ୍ରଶ୍ନ ବୁଦ୍ଧିଜୀବୀ ଓ ସ୍ଥାନୀୟ ମହଲରେ ଉଠୁଥିବା ଚର୍ଚ୍ଚାର ବିଷୟ ପାଲଟିଛି।

